ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣାର ଅଭିଯୁକ୍ତଙ୍କ ସମ୍ପର୍କରେ ନୂଆ ଖୁଲାସା : ପୂର୍ବରୁ ୯ମହିଳାଙ୍କୁ ମାରିଥିଲେ ସମାନ ଢ଼ଙ୍ଗରେ

Published By : Prameya-News7 Bureau | December 19, 2019 IST

ହାଇଦ୍ରାବାଦ,୧୮/୧୨): ହାଇଦ୍ରାବାଦରେ ଜଣେ ମହିଳା  ପ୍ରାଣୀ ଚିକିତ୍ସକଙ୍କୁ ଗଣବଳାତ୍କାର ପରେ ମାରି ପୋଡି ଦେବା ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କ ସମ୍ପର୍କରେ ସ୍ଥାନୀୟ ପୁଲିସ ନୂଆ ଖୁଲାସା କରିଛି । ପୁଲିସ ଦାବି କରିଛି ଯେ ଉକ୍ତ ଘଟଣାର ୪ ଅଭିଯୁକ୍ତଙ୍କ ମଧ୍ୟରୁ୨ ଜଣ ପୂର୍ବରୁ ସମାନ ଢଙ୍ଗରେ ୯ ଜଣ ମହିଳାଙ୍କୁ ହତ୍ୟା କରିଥିଲେ । ପ୍ରତ୍ୟେକଟି ଘଟଣାରେ ପୀଡ଼ିତା ମହିଳାଙ୍କୁ ଗଣବଳାତ୍କାର ପରେ ମାରି ପୋଡି ଦିଆଯାଇଥିଲା ।

{"id":199577,"sizeSlug":"large"}

କିନ୍ତୁ ସାଇବରାବାଦ ପୁଲିସ ଏଭଳି ୧୫ଟି ବଳାତ୍କାର ଓ ହତ୍ୟା ଘଟଣାର ଯାଞ୍ଚ କରୁଛି  ବୋଲି ପ୍ରକାଶ କରିଛି ।  ସେଥିରେ ଉକ୍ତ ଅଭିଯୁକ୍ତଙ୍କ ଭୂମିକା କ’ଣ ଥିଲା ତାହା ଜାଣିବା ପାଇଁ ପୁଲିସ ଜୋରଦାର ଉଦ୍ୟମ କରୁଛି । ମୋବାଇଲ ଲୋକେସନ ଆଧାରରେ ପୁଲିସ ଏହି ଘଟଣାଗୁଡିକରେ ଉକ୍ତ ଅଭିଯୁକ୍ତମାନଙ୍କର ସଂପୃକ୍ତି ନେଇ ଯାଞ୍ଚ କରୁଛି । ଏଥିପାଇଁ ପୁଲିସର ଏକ ଦଳ ଏବେ କର୍ଣ୍ଣାଟକରେ ରହି ତଦନ୍ତ ଚଳାଇଛି । କାରଣ ଅଧିକାଂଶ ଘଟଣା କର୍ଣ୍ଣାଟକ ଓ ତେଲଙ୍ଗାନା ସୀମାରେ ଘଟିଥିଲା ।

{"id":199578,"sizeSlug":"large"}

ଡାକ୍ତରାଣୀ ବଳାତ୍କାର ଓ ହତ୍ୟା ମାମଲାରେ ପୁଲିସ ଚାରି ଜଣଙ୍କୁ ଗିରଫ କରିଥିଲା । ସେମାନେ ହେଲେ-ମହମ୍ମଦ ଆରିଫ, ଜେ ନବୀନ, ଜେ ଶିବା ଏବଂ ଛେନକେଶବଲୁ । ସେମାନଙ୍କୁ ପରେ ପୁଲିସ ଏନକାଉଣ୍ଟରରେ ହତ୍ୟା କରିଥିଲା । ଏମାନଙ୍କ ମଧ୍ୟରୁ ଦୁଇ ଜଣ ଆରିଫ ଏବଂ ଛେନକେଶବଲୁ ପୂର୍ବରୁ ଏଭଳି ୯ଟି ଘଟଣାରେ ସାମିଲ ଥିବାର ଜେରା ବେଳେ ପ୍ରକାଶ କରିଥିଲେ ବୋଲି ପୁଲିସ ସୂଚନା ଦେଇଛି ।

{"id":199580,"sizeSlug":"large"}

ଅନ୍ୟପଟରେ, ହାଇଦ୍ରାବାଦ ବଳାତ୍କାର ଓ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ଏନକାଉଣ୍ଟରରେ ମରାଯିବା ଘଟଣାର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଏକ ତିନି ଜଣିଆ ଟିମ୍‌ ଘଟଣାର ଯାଞ୍ଚ କରୁଛନ୍ତି । ଉକ୍ତ ଏନକାଉଣ୍ଟର ନକଲି ଥିଲା ଏବଂ ପୁଲିସ ଯୋଜନାବଦ୍ଧ ଭାବେ ସେମାନଙ୍କୁ ହତ୍ୟା କରିଥିବାର ସୁପ୍ରିମକୋର୍ଟରେ ଅଭିଯୋଗ କରାଯାଇଥିଲା ।

{"id":199583,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.