କାରରେ ବସିଥିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡିଙ୍କ ଭଉଣୀ, କ୍ରେନରେ ଉଠାଇ ନେଲା ପୋଲିସ, ଦେଖନ୍ତୁ Video

Published By : Prameya-News7 Bureau | November 29, 2022 IST

ହାଇଦ୍ରାବାଦ ୨୯।୧୧:  ହାଇଦ୍ରାବାଦରୁ ଆଶ୍ଚର୍ଯ୍ୟ କରିଦେବା ଭଳି ଭିଡିଓ ଏବେ ସାମ୍ନାକୁ ଆସୁଛି। ଯେଉଁଥିରେ ପୋଲିସ ତେଲେଙ୍ଗାନା ନେତ୍ରୀ ୱାଇଏସ୍ ଶର୍ମିଲାଙ୍କ କାରକୁ କ୍ରେନରେ ଭିଡି ନେଉଥିବାର ଦେଖାଯାଉଛି। ପୋଲିସ କ୍ରେନରେ କାରକୁ ଭିଡି ନେଉଥିବା ବେଳେ ସେଥିରେ ୱାଇଏସ୍ ଶର୍ମିଲା ବସିଥିଲେ।ତେଲେଙ୍ଗାନା ରାଜନୀତିରେ ସକ୍ରିୟ ଶର୍ମିଲା ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନମୋହନ ରେଡ୍ଡିଙ୍କ ଭଉଣୀ।

ଶର୍ମିଳାଙ୍କ ୱାଇଏସଆର ତେଲେଙ୍ଗାନା ପାର୍ଟି  ରାଜ୍ୟରେ ଚନ୍ଦ୍ର ଶେଖର ରାଓ ସରକାରଙ୍କ ବିରୋଧରେ ଏବେ ପଦଯାତ୍ରା କରୁଛନ୍ତି। ଶର୍ମିଲାଙ୍କ ଏହି ପଦଯାତ୍ରା ରାଜ୍ୟରେ ଏପର୍ଯ୍ୟନ୍ତ ୩ହଜାର ୫୦ ୦କିଲୋମିଟର ଅତିକ୍ରମ କଲାଣି। ପଦଯାତ୍ରା କାଳରେ ସେ କେ.ସି.ଆର ସରକାରଙ୍କ ଉପରେ ଭ୍ରଷ୍ଟାଚାରର ଅଭିଯୋଗ ଆଣିଛନ୍ତି। ମଙ୍ଗଳବାର ଶର୍ମିଲାଙ୍କ ପଦଯାତ୍ରା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ସରକାରୀ ବାସଭବନ ‘ପ୍ରଗତି’ ଆଡକୁ ମୁହାଁଇଥିଲା। ଏଥିରେ ଶର୍ମିଳା ପଦଯାତ୍ରାର ନେତୃତ୍ୱ ନେବା ଲାଗି ନିଜ କାରରେ ବସିବାମାତ୍ରେ ପୋଲିସ କ୍ରେନଲଗାଇ ତାଙ୍କ ସହ କାରକୁ ଘୋଷାଡି ନେଇଥିଲା।

wp:html /wp:html

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ପୋଲିସ ଘୋଷାଡି ନେଉଥିବା କାରରେ ଶର୍ମିଲାଙ୍କୁ ବସିଥିବାର ଦେଖାଯାଉଛି। ପୋଲିସ କାରକୁ କ୍ରେନରେ ଘୋଷାଡି ନେଉଥିବା ବେଳେ କାର ସହ ଶର୍ମିଲାଙ୍କ ସମର୍ଥକ ଓ କର୍ମୀମାନେ ଦଉଡୁଥିବାର ଦେଖାଯାଇଛି। ପୋଲିସ କ୍ରେନରେ କାରକୁ ଘୋଷାଡି ନେବା ଯୋଗୁ କାର କାଚ ମଧ୍ୟ ଫାଟି ଯାଇଛି। ଭିଡିଓରେ କାର କାଚର ଫାଟ ମଧ୍ୟ ଦେଖାଯାଉଛି।

ପଦଯାତ୍ରା କାଳରେ ଶର୍ମିଲା ସୋମବାର ନରସମପେଟରେ ଜନସଭା କରିଥିଲେ। ଏଥିରେ ସ୍ଥାନୀୟ ଟିଆରଏସ ବିଧାୟକ ପି.ସୁଦର୍ଶନ ରେଡ୍ଡିଙ୍କ ଉପରେ ଶର୍ମିଲା ଖୁବ୍ ବର୍ଷିଥିଲେ। ଏଥିରେ ଶର୍ମିଲାଙ୍କ ଟିପ୍ପଣୀରେ କେସିଆରଙ୍କ ସମର୍ଥକ ଅସନ୍ତୁଷ୍ଟ ହୋଇଥିବା ବେଳେ ଶର୍ମିଳାଙ୍କ ଉପରେ ଆକ୍ରମଣ କରିଥିଲେ। ଏଥିରେ ଶର୍ମିଲାଙ୍କ ସମର୍ଥକମାନେ ମଧ୍ୟ ଜବାବ ଦେଇଥିଲେ। ଫଳରେ ଉଭୟ ପକ୍ଷଙ୍କ ମଧ୍ୟର  ଗଣ୍ଡଗୋଳ ହୋଇଥିବା ବେଳେ ପୋଲିସ ପଦଯାତ୍ରା ଅନୁମତିକୁ ଅସ୍ଥାୟୀ ରଦ୍ଦ କରିବା ସହ ସୁରକ୍ଷା ମଧ୍ୟରେ ଶର୍ମିଲାଙ୍କୁ ହାଇଦ୍ରାବାଦ ପଠାଇ ଦେଇଥିଲା।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.