ହାଇଦ୍ରାବାଦ: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ହଷ୍ଟେଲ୍ରେ ନିସ୍ତୁକ ମାଡ଼ ଖାଇଲେ ଛାତ୍ର । ନଭେମ୍ବର ୧ ତାରିଖରେ ହାଇଦ୍ରାବାଦରେ ଏଭଳି ଘଟଣା ଘଟିଛି। ପୀଡ଼ିତ ଛାତ୍ର ହିମଙ୍କ ବନସଲଙ୍କୁ ହଷ୍ଟେଲ୍ରେ କିଛି ଛାତ୍ର ମିଶି ମାଡ଼ ମାରିଥିଲେ। ହିମଙ୍କ IFHEର କଲେଜ ଲ ପଢ଼ୁଥିବା ଅଣ୍ଡର ଗ୍ରାଜୁଏଟ ଷ୍ଟୁଡେଣ୍ଟ।
ପୁଲିସର ସୂଚନା ଅନୁସାରେ, ଏନେଇ ନଭେମ୍ବର ୧୧ ତାରିଖରେ ହିମଙ୍କ ପକ୍ଷରୁ ଏକ ମାମଲା ରୁଜୁ ହୋଇଥିଲା। ଏଥିରେ କୁହାଯାଇଛି " ନଭେମ୍ବର ୧ ତରିଖରେ ମୋତେ ୧୫-୨୦ ଜଣ ମିଶି ମାଡ଼ ମାରିବା ସହିତ ଯୌନ ନିର୍ଯାତନା ଦେଇଛନ୍ତି। କଲେଜ ପରିସରରେ ସେମାନେ ମୋ ହଷ୍ଟେଲ ରୁମକୁ ଆସି ମୋତେ ମାଡ଼ ମାରିଛନ୍ତି।"
ହିମଙ୍କ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଦୁର୍ବୃତ୍ତମାନେ ତାଙ୍କ ମୁହଁ ଓ ତେଳିପେଟକୁ ଚାପୁଡ଼ା ଓ ଲାତ ମାରିବା ସହିତ ତାଙ୍କ ଯୌନାଙ୍ଗଙ୍କୁ ଛୁଇଁବା ସହିତ କିଛି କେମିକାଲ ଓ ପାଉଡରକୁ ଜବରଦସ୍ତି ପିଇବାକୁ ବାଧ୍ୟ କରିଥିଲେ। କେବଳ ସେତିକି ନୁହେଁ ମାଡ଼ ମାରୁଥିବା ଛାତ୍ରଙ୍କ ମଧ୍ୟରୁ ଜଣେ ତାଙ୍କ ଯୌନାଙ୍ଗକୁ ହିମଙ୍କ ପାଟିରେ ପୂରାଇବାକୁ ଦେଇଥିଲେ।।
ଏହାପରେ ସେମାନେ କପଡ଼ା ଫାଡ଼ିବା ସହିତ ମୋତେ ଲଙ୍ଗଳା କରି ପିଟିଥିଲେ। ମୃତ୍ୟୁ ପର୍ଯ୍ୟନ୍ତ ପିଟିବାକୁ ସେମାନେ କହୁଥିବା ହିମଙ୍କ ଅଭିଯୋଗ କରିଛନ୍ତି। ମାଡ଼ରେ ତାଙ୍କ ମୁହଁକୁ ଆଘାତ ଲାଗିଛି। ମୁହଁ ଖଣ୍ଡିଆ ହେବା ସହିତ ନାକ ଫୁଲିଯାଇଥିବା ହିମଙ୍କ ଅଭିଯୋଗ କରିଛନ୍ତି।
ଏହା ପୂର୍ବରୁ ପୀଡ଼ିତ ଘଟଣା ସମ୍ପର୍କରେ କଲେଜ କର୍ତ୍ତୃପକ୍ଷକୁ ଅବଗତ କରାଇଥିଲେ। ଏହି ଘଟଣାରେ ତେଲେଙ୍ଗାନା ପୁଲିସ ରାଙ୍ଗିଂ ଆକ୍ଟ ସହିତ ଅନ୍ୟାନ୍ୟ ମାମଲା ରୁଜୁ କରିଛି।