ହାଇଦ୍ରାବାଦ ନାବାଳିକା ଗଣଦୁଷ୍କର୍ମ ମାମଲା : ଜଣେ ଅଭିଯୁକ୍ତ ଗିରଫ, ଆଉ ୪ ଜଣଙ୍କୁ ଖୋଜୁଛି ପୋଲିସ

Published By : Prameya-News7 Bureau | June 04, 2022 IST

ହାଇଦ୍ରାବାଦ, ୦୪|୦୬:   ହାଇଦ୍ରାବାଦରେ ନାବାଳିକାଙ୍କୁ ମର୍ସିଡିଜ୍ କାର ଭିତରେ ଗଣ ଦୁଷ୍କର୍ମ ଘଟଣାରେ ଜଣେ ଗିରଫ। ଆଉ ୪ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ । ୫ ଅଭିଯୁକ୍ତଙ୍କ ମଧ୍ୟରେ ୩ ଜଣ ନାବାଳକ ଥିବା ଜଣାପଡିଛି ।

ସୂଚନାନୁସାରେ, ମେ୨୮ ତାରିଖ ରାତିରେ ପୀଡିତା ନାବାଳିକା ଜଣକ ଏକ ହାଇ ପ୍ରୋଫାଇଲ୍ ପାର୍ଟିକୁ ଯାଇଥିଲେ । ତାଙ୍କୁ ଘରେ ଛାଡିଦେବା ବାହାନାରେ ୫ଜଣ କାର୍ ଭିତରେ ଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ ଅଭିଯୁକ୍ତଙ୍କ ଭିତରେ ଜଣେ ବିଧାୟକଙ୍କ ପୁଅ ଥିବା କୁହାଯାଉଛି । ସମସ୍ତ ଅଭିଯୁକ୍ତ ଏକାଦଶ-ଦ୍ବାଦଶ ଶ୍ରେଣୀ ଛାତ୍ର ।

ନାବାଳିକାଙ୍କ ପରିବାର ଜୁନ ୧ତାରିଖରେ ଏତଲା ଦେବା ପରେ ପୋଲିସ IPC ଧାରା ୩୫୪ ଏବଂ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରିଛି । ସିସିଡିଭି ଫୁଟେଜ୍ ଆଧାରରେ ପୋଲିସ ଛାନଭିନ୍ କରୁଛି । ଏପଟେ ଏହି ଘଟଣାର ପ୍ରତିବାଦ କରି ବିଜେପି ରାଜରାସ୍ତାକୁ ଓହ୍ଲାଇଛି ।

ଜଣେ ବରିଷ୍ଠ ପୁଲିସ ଅଫିସରଙ୍କ ସୂଚନା ଅନୁସାରେ, ସେଦିନ ପାର୍ଟିରେ ବିଧାୟକଙ୍କ ପୁଅଙ୍କ ସହ ସଂଖ୍ୟଲଘୁ ବୋର୍ଡର ଅଧ୍ୟକ୍ଷ ବି ନାବାଳିକାଙ୍କ ସହ ଥିଲେ। ତେବେ ପୀଡ଼ିତା ଯେଉଁ ଅଭିଯୁକ୍ତକୁ ଚିହ୍ନଟ କରିଛନ୍ତି ସେ ଜଣେ ନାବାଳକ । ନାବାଳିକାଙ୍କ ବାପାଙ୍କ ଏଫ୍‌ଆଇଆର ଅନୁସାରେ ଅଭିଯୁକ୍ତମାନେ ତାଙ୍କ ଝିଅଙ୍କୁ ଆହତ ମଧ୍ୟ କରିଛନ୍ତି। ନାବାଳିକାଙ୍କ ବେକରେ ଦାଗ ରହିଛି।   

ସେପଟେ ମର୍ସିଡିସ୍ କାର୍‌ଟି ବିଧାୟକଙ୍କର ବୋଲି ଜଣାପଡ଼ିଛି। ତେବେ ଅଭିଯୁକ୍ତମାନେ କାର୍ ଭିତରେ ଦୁଷ୍କର୍ମ କରି ନାହାନ୍ତି। କାରରୁ ଓହ୍ଲାଇ ଏକ କାଫେକୁ ଯାଇଥିଲେ। ସେଠାରେ ଏଭଳି କାଣ୍ଡ ଘଟାଇଥାଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.