ହାଇଦ୍ରାବାଦ, ୦୪|୧୨: ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ ପାଇଁ ଶୁକ୍ରବାର ଭୋଟ ଗଣତି ହେବ । ଏଥିପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭୋଟଗଣତି ସକାଳ ୮ଟାରୁ ଆରମ୍ଭ ହୋଇଯାଇଛି ।
ବୃହତ୍ ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ୧୫୦ ଓ୍ବାର୍ଡ଼ର ନିର୍ବାଚନ ପାଇଁ ଗତ ୧ ତାରିଖରେ ମତଦାନ ଅନୁଷ୍ଠିତ ହୋଇଥିଲା। ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏଁ ଚାଲିଥିଲା। ୭୪,୪୪,୨୬୦ ଭୋଟଦାତା ନିଜ ମତାଧିକାର ପ୍ରୟୋଗ କରିଥିଲେ।
ଏହି ନିର୍ବାଚନରେ ୧୫୦ଆସନରେ ୧,୧୨୨ ଆଶାୟୀ ପ୍ରାର୍ଥୀ ମୈଦାନରେ ଅଛନ୍ତି। ଡିସେମ୍ବର ୪ତାରିଖରେ ଭୋଟ ଗଣନା ହେବ। ନିର୍ବାଚନ ପାଇଁ ବିଧାନ ସଭା ଏବଂ ସଂସଦୀୟ ନିର୍ବାଚନ ଭଳି ପ୍ରଚାର ହୋଇଛି ଏବଂ କେତେକ ଜାତୀୟ ସ୍ତରର ନେତା ମୈଦାନକୁ ଓହ୍ଲାଇଛନ୍ତି। ଭାରତୀୟ ଜନତା ପାର୍ଟି, ଟିଆରଏସ ଓ ଅସଦ୍ଦୁଦୀନ ଓଓ୍ୱେସୀଙ୍କ ଏଆଇଏମଆଇଏମ ମଧ୍ୟରେ ଏଠାରେ କଡା ମୁକାବିଲା ହେଉଛି ।
ତେଲେଙ୍ଗାନା ରାଜ୍ୟ ନିର୍ବାଚନ ଆୟୋଗ ନିର୍ବାଚନ ପ୍ରକ୍ରିୟା ଓ ଭୋଟ ଗଣତି ପାଇଁ ବିପୁଳ ପରିମାଣରେ ପ୍ରସ୍ତୁତି କରିଛନ୍ତି ।ଯେଉଁଥିରେ ୪୮,୦୦୦ ନିର୍ବାଚନ କର୍ମୀ ଏବଂ ୫୨,୫୦୦ପୋଲିସ୍ କର୍ମୀ ସାମିଲ ହୋଇଛନ୍ତି।