LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଏଚ୍ଆର୍ ମ୍ୟାନେଜର୍ ଚଳାଉଛନ୍ତି ରାଇସ୍ ଏଟିଏମ୍: ନିଃସ୍ୱାର୍ଥ ଭାବେ ଅଭାବୀ ଅସହାୟଙ୍କୁ କରୁଛନ୍ତି ସାହାଯ୍ୟ

1/10/2020 at 12:23 PM

ହାଇଦ୍ରାବାଦ ୦୧/୧୦ : କରୋନା ମହାମାରୀ ଯୋଗୁଁ ଦୁନିଆରେ ଅନେକ ପରିବର୍ତ୍ତନ ହୋଇଛି । ମହାମାରୀ ଯୋଗୁଁ ଅନେକ ଲୋକ ନିଜର ଜୀବନ ଜୀବିକା ହରାଇଛନ୍ତି । ଅଧିକାଂଶ ଲୋକଙ୍କ ଜୀବନରେ ସଙ୍କଟ ପରିସ୍ଥିତି ସୃଷ୍ଟି ହୋଇଛି । କିନ୍ତୁ ମହାମାରୀ ସମୟରେ ଏମିତି କିଛି ଲୋକ ସାମ୍ନାକୁ ଆସିଛନ୍ତି ଯେଉଁମାନେ ନିଃସ୍ୱାଥଭାବରେ ଅଭାବୀଙ୍କୁ ସାହାଯ୍ୟ କରୁଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ହେଲେ ହାଇଦ୍ରାବାଦର ରାମୁ ଡୋସାପଟୀ । ସେ ଗରିବଙ୍କ ପାଇଁ ରାଇସ ଏଟିଏମ ଅର୍ଥାତ ଚାଉଳ ଏଟିଏମ୍ ଚଳାନ୍ତି । ଏହି ଏଟିଏମ୍ ଅଭଵୀ ଓ ଅସହାୟ ଲୋକଙ୍କୁ ଆବଶ୍ୟକୀୟ ସାମଗ୍ରୀ ଉପଲବ୍ଧ କରାଇଥାଏ ।

Rice ATM, Hyderabad

ମିଡ଼ିଆ ରିପୋର୍ଟ ଅନୁଯାୟୀ ରାମୁ ଡୋସାପଟୀଙ୍କ ରାଇସ୍ ଏଟିଏମ୍ ଦିନର ୨୪ ଘଣ୍ଟା ଚାଲିଥାଏ । ଅଭାବୀ ଓ ଅସହାୟ ଲୋକ ଏହି ଏଟିଏମ୍ ଜରିଆରେ ନିଜ ଆବଶ୍ୟକତା ଅନୁଯାୟୀ ଚାଉଳ ଯେକୌଣସି ସମୟରେ ନେଇପାରନ୍ତି । ଯଦି କାହା ପାଖରେ ଖାଇବାକୁ କିଛି ନଥାଏ ତାହେଲେ ସେ ନିଜ ଘରୁ ଖାଇବା ସାମଗ୍ରୀ ମଧ୍ୟ ଦିଅନ୍ତି । ଲକଡାଉନ୍ ସମୟରେ ରାମୁ ଡୋସାପଟୀ ଲୋକଙ୍କୁ ରାସନ ବାଣ୍ଟୁଛନ୍ତି । ଅନେକ ଲୋକଙ୍କୁ ସାହାଯ୍ୟ କରିଛନ୍ତି ଏବଂ ଏବେ ମଧ୍ୟ କରୁଛନ୍ତି । ପାଖାପାଖି ୧୭୦ ଦିନ ହେଲା ସେ ଏହି କାମ କରୁଛନ୍ତି । ଲୋକଙ୍କୁ ରାସନ ବାଣ୍ଟୁଥିବାରୁ ତାଙ୍କୁ ବର୍ତ୍ତମାନ ଅନ୍ୟ ଲୋକଙ୍କ ସାହାଯ୍ୟ ମଧ୍ୟ ମିଳିବାରେ ଲାଗିଛି ।

ସୂଚନା ଅନୁଯାୟୀ, ରାମୁ ଏବେ ସୁଦ୍ଧା ନିଜ ପାକେଟରୁ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ପାଖାପାଖି ୧୫ ହଜାର ଲୋକଙ୍କୁ ସାହାଯ୍ୟ କରି ସାରିଛନ୍ତି । ରାମୁ ସ୍ନାତକ ପରେ ଏମବିଏ କରିଛନ୍ତି ଏବଂ ଏକ ସଫ୍ଟୱେୟାର ଫର୍ମ ରେ ଏଚଆର ମ୍ୟାନେଜର ଅଛନ୍ତି । ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ଠାରୁ ପ୍ରେରିତ ହୋଇ ସେ ଲୋକଙ୍କୁ ସାହାଯ୍ୟ କରିବା ଆରମ୍ଭ କରିଥିଲେ।

   Related Posts