କିଏ ସେ ବିଜନେସ୍‌ମ୍ୟାନ ? କିଣିଲେ ଭାରତର ସବୁଠୁ ଦାମୀ କାର

Published By : Prameya-News7 Bureau | December 19, 2022 IST

ମୁମ୍ଵାଇ ୧୯।୧୨: ନିଜ ପସନ୍ଦର କାର କିଣିବା ସମସ୍ତଙ୍କ ସ୍ୱପ୍ନ । ଲୋକମାନେ ଚାହାଁନ୍ତି ଯେ ସେମାନେ ନିଜ ଟଙ୍କାରେ କିଣାଯାଇଥିବା କାର ଚଢିବେ। ଏହି ଲୋକମାନଙ୍କ ମଧ୍ୟରେ, ସାଧାରଣ କାରରେ ମଧ୍ୟ କେତେକଙ୍କର ଇଚ୍ଛା ପୂରଣ ହୁଏ ନାହିଁ । କାରଣ ସେମାନେ ବିଳାସପୂର୍ଣ୍ଣ କାରକୁ ଭଲ ପାଆନ୍ତି । ବିଶେଷ କଥା ହେଉଛି କିଛି ଲୋକ ଏପରି କାର କିଣନ୍ତି । ଯାହା ମଧ୍ୟ ଖବର ହୋଇ ରହିଥାଏ। ହାଇଦ୍ରାବାଦର ଜଣେ ବ୍ୟବସାୟୀ ଏଭଳି ଏକ କାର କିଣିଛନ୍ତି। ଯାହା ଦେଶର ସବୁଠାରୁ ଦାମୀ କାର ।

କହିବାକୁ ଗଲେ ବ୍ୟବସାୟୀଙ୍କ ନାମ ନାସିର। ହାଇଦ୍ରାବାଦର ବାସିନ୍ଦା ନାସିର ଖାନ ମହଙ୍ଗା କାର କିଣିବାକୁ ଭଲ ପାଆନ୍ତି। ତାଙ୍କ ପାଖରେ ଭାରତର ସବୁଠୁ ଦାମୀ କାର- McLaren 765LT Spiderକୁ ସାମିଲ୍ କରିଛନ୍ତି। ଏହା ଏକ ପରିବର୍ତ୍ତନଶୀଳ କାର ଯାହାକି ୪.୦ ଲିଟର ଟ୍ୱିନ୍-ଟର୍ବୋ ଚାର୍ଜ V8 ପେଟ୍ରୋଲ୍ ଇଞ୍ଜିନ୍ ପାଇଥାଏ। ଯାହା 765 PSର ଶକ୍ତି ଉତ୍ପାଦନ କରିଥାଏ ।

wp:html
/wp:html

ସୂଚନା ଅନୁଯାୟୀ, ଏହି କାର ହେଉଛି ଭାରତର ସବୁଠାରୁ ମହଙ୍ଗା ସୁପରକାର୍। ଯାହାର ମୂଲ୍ୟ ୧୨ କୋଟି ଟଙ୍କା। ହାଇଦ୍ରାବାଦର ତାଜ ପଲକନୁମା ପ୍ୟାଲେସ ହୋଟେଲରେ ନାସିନ ଖାନ ଏହି ସୁପରକାରର ଡେଲିଭରୀ ନେଇଛନ୍ତି। ରିପୋର୍ଟରେ ଅନୁମାନ କରାଯାଇଛି ଯେ ଖାନ ହେଉଛନ୍ତି ପ୍ରଥମ ଗ୍ରାହକ ଯିଏକି ଭାରତରେ 765 LT ସ୍ପାଇଡର ଲାଲ ରଙ୍ଗର କିଣିଛନ୍ତି। ବର୍ତ୍ତମାନ ସେ ଏହି କାରଣରୁ ସେ ଲାଇମ୍ ଲାଇଟକୁ ଆସିଛନ୍ତି।

ଏନେଇ ନାସିର ଏହି ଇନଷ୍ଟାଗ୍ରାମ ଆକାଉଣ୍ଟରେ କାର ବିଷୟରେ ଏକ ପୋଷ୍ଟ ସେୟାର କରିଛନ୍ତି। ସେ କ୍ୟାପସନ୍ ସହିତ ଏକ ଇନଷ୍ଟାଗ୍ରାମ ମଧ୍ୟ ପୋଷ୍ଟ କରିଛନ୍ତି, "ଘରକୁ ସ୍ୱାଗତ McLaren 765LT Spider । କହିବାକୁ ଗଲେ ଏହି ସୁପରକାର ହେଉଛି ଦ୍ରୁତତମ ପରିବର୍ତ୍ତନଶୀଳ କାର ମଧ୍ୟରୁ ଗୋଟିଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.