ବଡ଼ଗଡ଼ ଶିଶୁ ଅପହରଣ ଘଟଣାରେ ହାଇଦ୍ରାବାଦ ଲିଙ୍କ୍‌; ତଦନ୍ତ କରୁଛି ପୋଲିସ

Published By : Prameya-News7 Bureau | November 04, 2022 IST

ଭୁବନେଶ୍ୱର ୦୪/୧୧: ବଡ଼ଗଡ଼ ଥାନା ଅଞ୍ଚଳରେ ଶିଶୁ ଅପହରଣ ଘଟଣାରେ ହାଇଦ୍ରାବାଦ ଲିଙ୍କ। ଅପହରଣକାରି ଯୁବତୀ ୧୦ ବର୍ଷର ଛୁଆଟିକୁ ହାଇଦ୍ରାବାଦ ନେଉଥିବା ଜଣାପଡ଼ିଛି। ଅପହରଣ କରିଥିବା ଯୁବତୀ ଜଣଙ୍କ ବେଶ ସମ୍ଭାନ୍ତ ପରିବାରର ବୋଲି ଜଣାପଡ଼ିଛି। ସେପଟେ ବଡଗଡ଼ ଥାନାରେ ସମ୍ପୃକ୍ତ ଯୁବତୀଙ୍କ ବଡଭଉଣୀ ପହଞ୍ଚିଛନ୍ତି। ଅପହୃତା ଯୁବତୀଙ୍କ ମାନସିକ ଅବସ୍ଥା ଭଲ ନଥିବା ସେ ପୋଲିସ ଆଗରେ କହିଛନ୍ତି। ଶିଶୁଟିକୁ ଖେଳିବାବେଳେ ଅପହରଣ କରିଥିବା ଦିଗରେ ଚାଲିଛି ତଦନ୍ତ। ବଡଗଡ଼ରୁ ଚୋରୀ ହୋଇଥିବା ଛୁଆକୁ ମଞ୍ଚେଶ୍ୱର ଅଞ୍ଚଳରୁ ଗତକାଲି ପୋଲିସ ଉଦ୍ଧାର କରିଥିଲା। ହାଇଦ୍ରାବାଦରୁ ଆସିଥିବା ଯୁବତୀ ଏଠି କଣ କରୁଥିଲେ ସେନେଇ ପୋଲିସ ତନାଘନା ଚଳାଇଛି। ପିଲା ଚୋରି ରାକେଟ ସମ୍ପର୍କରେ ଖୁବଶୀଘ୍ର ପର୍ଦ୍ଦାଫାସ ହେବ ବୋଲି କମିଶନରେଟ ପୋଲିସ କହିଛି। ୨ ଦିନ ତଳେ ଛୁଆ ଚୋରି ନେଇ ବଡଗଡ଼ ଥାନା ଏକ ଅପହରଣ ମାମଲା ରୁଜୁ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.