ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

‘ଏତେ ମାରିବୁ ଯେ କୋମାକୁ ପଳାଇବୁ’…ହାଇଦ୍ରାବାଦ ହଷ୍ଟେଲ୍‌ରେ ଛାତ୍ରକୁ ଆକ୍ରମଣ, ଭିଡିଓ ଭାଇରାଲ୍‌

14/11/2022 at 2:50 PM

ମୁମ୍ଵାଇ ୧୪।୧୧: ହଷ୍ଟେଲ୍‌ ରୁମ୍‌ରେ ପଶି ଛାତ୍ରଙ୍କୁ ମାଡ଼ । ହାଇଦ୍ରାବାଦର ଏକ ହଷ୍ଟେଲ ରୁମରେ କିଛି ଛାତ୍ର ମିଶି ଜଣେ ଆଇନ୍‌ ବିଭାଗର ଛାତ୍ରକୁ ଅତି ନିର୍ମମ ଭାବେ ମାଡ଼ ମାରିଥିବା ଜଣାପଡ଼ିଛି । ଏହା ସହିତ ସେମାନେ ଛାତ୍ର ଜଣଙ୍କୁ ଧାର୍ମିକ ସ୍ଲୋଗାନ ଦେବାକୁ ବାଧ୍ୟ କରିଥିବା ଦେଖିବାକୁ ମିଳିଛି । ଏହି ପୁରା ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଉକ୍ତ ଘଟଣାଟି ନଭେମ୍ଵର ୧ ତାରିଖର ।

ମିଳିଥିବା ସୂଚନା ଅନୁସାରେ ପୀଡ଼ିତ ଛାତ୍ର ହାଇଦ୍ରାବାଦର ICFAI ଫାଉଣ୍ଡେସନ ଫର ହାଇୟର୍‌ ଷ୍ଟଡିଜ୍‌ (IFHE) ର ପ୍ରଥମ ବର୍ଷର ହିମାଙ୍କ ବନସଲ । ଭାଇରାଲ୍‌ ହୋଇଥିବା ଭିଡିଓରେ ଅଭିଯୁକ୍ତମାନେ ପ୍ରଥମେ ହିମାଙ୍କଙ୍କୁ ଚାପୁଡ଼ା ମରିଥିଲେ । ପରେ ତାଙ୍କୁ ଗୋଇଠା ମାରିବା ସହ ହାତକୁ ମୋଡି ଦେଇଥିଲେ । ଜୋର ଜବରଦସ୍ତ ତାଙ୍କୁ ଧାର୍ମିକ ସ୍ଲୋଗାନ୍‌ ଦେବାକୁ ବାଧ୍ୟ କରିଥିଲେ । “ଜୟ ମାତା ଦି” ଏବଂ “ଆଲ୍ଲାହୁ ଆକବର” କହିବାକୁ ସେମାନେ ବାଧ୍ୟ କରୁଥିବା ଭିଡିଓରେ ଦେଖିବାକୁ ମିଳୁଛି ।

ଏହି ସମୟରେ ଜଣେ ଅଭିଯୁକ୍ତ କହିଛି ଯେ “ଆମେ ତାଙ୍କ ଚିନ୍ତାଧାରାକୁ ଠିକ୍ କରିବାକୁ ଚାହୁଁଛୁ … ଆମେ ତାଙ୍କୁ ଏତେ ମାରିବୁ କି ସେ କୋମାକୁ ପଳାଇବ। ତାଙ୍କୁ ନୂଆ ଦୁନିଆ ଦେଖାଯିବ …” । ଅନ୍ୟ ଜଣେ ଅଭିଯୁକ୍ତ ତାଙ୍କ ୱାଲେଟ ଛଡ଼ାଇ ନେଇ “ତୁମର ଯେତିକି ଟଙ୍କା ଦରକାର ନେଇଯାଅ” କହୁଥିବା ମଧ୍ୟ ଦେଖିବାକୁ ମିଳିଛି ।

ତେବେ ଏହି ଭିଡିଓକୁ ପୀଡ଼ିତ ଛାତ୍ର ଟ୍ୱିଟରରେ ସେୟାର କରିବା ସହିତ ତାମିଲନାଡ଼ୁର ମନ୍ତ୍ରୀ କେଟି ରାମାରାଓ ଓବଂ ସାଇଦରାବାଦ୍‌ ପୋଲିସ୍‌ କମିଶନର୍‌ଙ୍କୁ ଟ୍ୟାଗ୍‌ କରିଥିଲେ। ଘଟଣାରେ ସମୁଦାୟ ୧୨ ଜଣ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଯେଉଁଥିରୁ ଆଠ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଚାରିଜଣ ଅଭିଯୁକ୍ତ ଫେରାର୍‌ ଅଛନ୍ତି। ସମସ୍ତ ଅଭିଯୁକ୍ତ ଛାତ୍ରଙ୍କୁ ବିଜ୍‌ନେସ୍‌ ସ୍କୁଲରୁ ନିଲମ୍ୱନ କରାଯାଇଛି । ପୋଲିସ ହିମାଙ୍କଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରିଛି। ଅଭିଯୋଗ ଅନୁଯାୟୀ କହିଛି ତାଙ୍କୁ ଶାରୀରିକ ନିର୍ଯାତନା ମଧ୍ୟ ଦିଆଯାଇଥିଲା।

   Related Posts