ନୂଆଦିଲ୍ଲୀ: ଇଞ୍ଜିନିୟରିଂ ଇନଫ୍ରାଷ୍ଟ୍ରକ୍ଚର ଲିମିଟେଡର ଅଧିକାରୀଙ୍କ ଉପରେ ୩୧୫ କୋଟି ଟଙ୍କାର ଏନଆଇଏସପି ପରିଯୋଜନାରେ କଥିତ ଦୁର୍ନୀତିକୁ ନେଇ ମାମଲା ରୁଜୁ କରିଛି । ସିବିଆଇ ଶନିବାର ଏହି ସୂଚନା ଦେଇଛି । ତଦନ୍ତକାରୀ ଏଜେନ୍ସି କହିଛି ଯେ ଏଥିରେ ୩୧୫ କୋଟି ଟଙ୍କା ପରିଯୋଜନା କ୍ରିୟାନ୍ୱୟନରେ କଥିତ ଦୁର୍ନୀତିକୁ ନେଇ ଇସ୍ପାତ ମନ୍ତ୍ରଣାଳୟର ଏନଏମଡିସି ଆୟରନ ଆଣ୍ଡି ଷ୍ଟିଲ୍ ପ୍ଲାଣ୍ଟର ଆଠ ଅଧିକାରୀଙ୍କ ସମେତ ମେଘା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକ୍ଚର ଲିମିଟେଡ୍ ବିରୋଧରେ ମାମଲା ରୁଜୁ କରିଛି ।
ରିପୋର୍ଟ ଅନୁସାରେ, ଅଧିକାରୀମାନେ ଶନିବାର କହିଛନ୍ତି ଯେ ଜଗଦଲପୁର ଏକୀକୃତ ଇସ୍ପାତ୍ ପ୍ଲାଣ୍ଟ ସହ ଜଡ଼ିତ କାର୍ଯ୍ୟ ପାଇଁ କଥିତ ମେଘା ଇଞ୍ଜିନିୟରିଂର ୧୭୪ କୋଟି ଟଙ୍କାର ବିଲ୍କୁ ମଞ୍ଜୁରୀ ଦେବା ପାଇଁ ପ୍ରାୟ ୭୮ ଲକ୍ଷ ଟଙ୍କାର କଥିତ ଲାଞ୍ଚ ଦିଆଯାଇଛି । ଏଫଆଇଆରରେ ଏନଆଇଏସପି ଏବଂ ଏନଏମଡିସିର ଆଠ ଅଧିକାରୀ ଏବଂ ମେକାନର ଦୁଇ ଅଧିକାରୀଙ୍କୁ ମଧ୍ୟ କଥିତ ରୂପେ ଏହି ମାମଲାରେ ଅନ୍ତର୍ଭୁକ୍ତ କରାଯାଇଛି ।
ଇଲେକ୍ଟୋରାଲ୍ ବଣ୍ଡ୍ ତଥ୍ୟ; ବିଜେପିର ବଡ଼ ଡୋନର୍ ହାଇଦ୍ରାବାଦ୍ ବେସ୍ କମ୍ପାନୀ
ଉଲ୍ଲେଖଯୋଗ୍ୟ ଯେ ନିକଟରେ ଇଲେକ୍ଟୋରାଲ ବଣ୍ଡକୁ ନେଇ ମେଘା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକ୍ଚର ଲିମିଟେଡ୍ ଖୁବ ଚର୍ଚ୍ଚାରେ ରହିଥିଲା । ହାଇଦ୍ରାବାଦ ସ୍ଥିତ କମ୍ପାନି ମେଘା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକ୍ଚର ଇଲେକ୍ଟୋରାଲ ବଣ୍ଡ ଜରିଆରେ ରାଜନୀତିକ ଦଳଗୁଡ଼ିକୁ ଚାନ୍ଦା ଦେବାରେ ଦ୍ୱିତୀୟ ବଡ଼ ଦାତା । କମ୍ପାନି ଆର୍ଥିକ ୨୦୧୯-୨୦ ଏବଂ ୨୦୨୩-୨୪ ମଧ୍ୟରେ ମୋଟ ୯୬୬ କୋଟି ଟଙ୍କା ବଣ୍ଡ କିଣିଛି । ନିର୍ବାଚନୀ ବଣ୍ଡ କିଣିବା ମାମଲାରେ କମ୍ପାନି ଦ୍ୱିତୀୟ ସ୍ଥାନରେ ରହିଛି ।
କମ୍ପାନି ନିର୍ବାଚନୀ ବଣ୍ଡ ଜରିଆରେ ବିଜେପିରୁ ସବୁଠୁ ଅଧିକ ପ୍ରାୟ ୫୮୫ କୋଟି ଟଙ୍କାର ଚାନ୍ଦା ଦେଇଥିଲା । କମ୍ପାନି ବିଆରଏସକୁ ୧୯୫ କୋଟି, ଡିଏମକେକୁ ୮୫ କୋଟି ଟଙ୍କା ଏବଂ ୱାଇଏସଏରସିପିକୁ ୩୭ କୋଟି ଟଙ୍କା ଦେଇଥିଲା । ଟିଡିପିକୁ କମ୍ପାନି ପ୍ରାୟ ୨୫ କୋଟି ଏବଂ କଂଗ୍ରେସକୁ ୧୭ କୋଟି ଟଙ୍କା ଦେଇଛି ।