AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡାରେ କ୍ରାଇମବ୍ରାଞ୍ଚ ତନାଘନା, ଗୁଳିମାଡ଼ ସ୍ଥାନରେ ମେଟାଲ ଡିଟେକ୍ଟର ଯାଞ୍ଚ
  • ||
  • କଟକ: ସବ ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ, ରେକର୍ଡ ରୁମ୍‌ରେ ଲାଗିଲା ନିଆଁ
  • ||
  • ଭୁବନେଶ୍ୱର: ଜେଲ୍‌ରେ ପରୀକ୍ଷା ଦେବେ ଅର୍ଚ୍ଚନା, ଅନୁମତି ଦେଇଥିଲେ କୋର୍ଟ
  • ||

ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ : ଏବେସୁଦ୍ଧା ଆଗରେ ବିଜେପି, ପଛରେ ଟିଆରଏସ ଓ ଏଆଇଏମଆଇଏମ

4/12/2020 at 9:19 AM

ହାଇଦ୍ରାବାଦ, ୦୪/୧୨ :  ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ ପାଇଁ ଭୋଟ ଗଣନା ଜାରି ରହିଛି । ଏଠାରେ ପ୍ରାରମ୍ଭିକ ସ୍ତରରେ ବିଜେପି ଆଗରେ ରହିଛି । ଭାରତୀୟ ଜନତା ପାର୍ଟି ଏବେସୁଦ୍ଧା ୫୪ଟି ଆସନରୁ ୩୧ଟିରେ ଆଗୁଆ ରହିଛି । ଟିଆରଏସ ୧୭ଟି ଆସନରେ ଆଗୁଆ ରହିଥିବା ବେଳେ ଏଆଇଏମଆଇଏମ ୬ଟିରେ ଆଗରେ ରହିଛି ।

ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ ପାଇଁ ବିଜେପି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିଲା । ଦଳର ବହୁ ଜାତୀୟ ସ୍ତରରେ ନେତା ପ୍ରଚାର ମଇଦାନକୁ ଓହ୍ଲାଇଥିଲେ । ଏପରିକି ଗୃହମନ୍ତ୍ରୀ ଅମିତ ଶାହ ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଠାରେ ପ୍ରଚାର କରିଥିଲେ ।

ବୃହତ୍ ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ୧୫୦ ଓ୍ବାର୍ଡ଼ର ନିର୍ବାଚନ ପାଇଁ ଗତ ୧ ତାରିଖରେ ମତଦାନ ଅନୁଷ୍ଠିତ ହୋଇଥିଲା। ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏଁ ଚାଲିଥିଲା। ୭୪,୪୪,୨୬୦ ଭୋଟଦାତା ନିଜ ମତାଧିକାର ପ୍ରୟୋଗ କରିଥିଲେ।

ଏହି ନିର୍ବାଚନରେ ୧୫୦ଆସନରେ ୧,୧୨୨ ଆଶାୟୀ ପ୍ରାର୍ଥୀ ମୈଦାନରେ ଅଛନ୍ତି। ଡିସେମ୍ବର ୪ତାରିଖରେ ଭୋଟ ଗଣନା ହେବ। ନିର୍ବାଚନ ପାଇଁ ବିଧାନ ସଭା ଏବଂ ସଂସଦୀୟ ନିର୍ବାଚନ ଭଳି ପ୍ରଚାର ହୋଇଛି ଏବଂ କେତେକ ଜାତୀୟ ସ୍ତରର ନେତା ମୈଦାନକୁ ଓହ୍ଲାଇଛନ୍ତି। ଭାରତୀୟ ଜନତା ପାର୍ଟି, ଟିଆରଏସ ଓ ଅସଦ୍ଦୁଦୀନ ଓଓ୍ୱେସୀଙ୍କ ଏଆଇଏମଆଇଏମ ମଧ୍ୟରେ ଏଠାରେ କଡା ମୁକାବିଲା ହେଉଛି ।

   Related Posts