Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମୋବାଇଲରେ ଅନଲାଇନ୍ ଗେମ୍ ଖେଳି ୩୬ ଲକ୍ଷ ଟଙ୍କା ଉଡାଇ ଦେଲା ପୁଅ, ବାପାଙ୍କ ମୃତ୍ୟୁ ପରେ ମିଳିଥିଲା ସହାୟତା ରାଶି

10/06/2023 at 4:27 PM

ନୂଆଦିଲ୍ଲୀ: ପିଲାଙ୍କ ମୋବାଇଲ ଖେଳ ବାପା-ମାଆଙ୍କ ପାଇଁ କାଳ ହେବାରେ ଲାଗିଛି । ଏପରି ଏକ ମାମଲା ହାଇଦ୍ରାବାଦରୁ ସାମନାକୁ ଆସିଛି । ଏଠାରେ ଜଣେ ୧୬ ବର୍ଷର ନାବାଳକ ମୋବାଇଲରେ ଅନଲାଇନ ଗେମ୍ ଖେଳି ନିଜ ମାଆଙ୍କ ୩୬ ଟଙ୍କା ଖର୍ଚ୍ଚ ଉଡାଇ ଦେଇଛି । ଘଟଣାଟି ହାଇଦ୍ରାବାଦର ଅମ୍ୱରପେଟ୍ ଅଞ୍ଚଳରେ ଘଟିଛି । ସୂଚନା ଅନୁସାରେ ନାବାଳକ ଜଣକ ଅନଲାଇନ ଗେମ ଖେଳୁଥିଲା । ଖେଳ ଜାରି ରଖିବା ପାଇଁ କିଛି ଟଙ୍କା ଦେବାକୁ ପଡ଼ୁଥିଲା । ଏପରି କରି କରି ନାବାଳକ ନିଜ ମାଆଙ୍କ ପୂରା ସଂଚୟକୁ ଉଡାଇ ଦେଇଛି ।

ଖବର ଅନୁସାରେ, ନାବାଳକ ଜଣକ ପ୍ରଥମେ ନିଜ ଜେଜେ ବାପାଙ୍କ ମୋବାଇଲରେ ଫ୍ରି ଫାୟାର ଗେମ ଆପ୍ ଡାଉନଲୋଡ୍ କରିଥିଲା । ଏହା ଏକ ଫ୍ରି ଗେମ୍, କିନ୍ତୁ ଖେଳରେ ଆଗକୁ ବଢିବା ପରେ ନାବାଳକ ଜଣକ ଟଙ୍କା ଖର୍ଚ୍ଚ କରିବାକୁ ଲାଗିଥିଲା । ପ୍ରଥମେ ନିଜ ମାଆଙ୍କ ଆକାଉଣ୍ଟରୁ ୧୫୦୦ ଏବଂ ପରେ ୧୦ ହଜାର ଟଙ୍କା ଖର୍ଚ୍ଚ କରିଥିଲା । ଟଙ୍କା ଖର୍ଚ୍ଚ କରିବା ସହ ଖେଳରେ ଅଧିକ ସ୍କିଲ୍ ଏବଂ ଅସ୍ତ୍ର ଯୋଡିଥିଲା । ଏପରି ଭାବେ ସେ ପୂରା ଅଭ୍ୟସ୍ତ ହୋଇଯାଇଥିଲା । ପରେ ଘର ଲୋକଙ୍କୁ ନଜଣାଇ ଏଥିରେ ଅଧିକ ଖର୍ଚ୍ଚ କରିବାକୁ ଲାଗିଥିଲା । ସ୍ଥିତି ଉପରେ ହୋଇଥିଲା ଯେ ନାବାଳକ ଜଣକ ୧.୪୫ ଲକ୍ଷରୁ ଆରମ୍ଭ କରି ୨ ଲକ୍ଷ ଟଙ୍କା ଯାଏ ଫ୍ରି ଫାୟରା ଗେମରେ ଖର୍ଚ୍ଚ କରିଥିଲା ।

ପଢନ୍ତୁ: ଗ୍ରାହକଙ୍କୁ ଆଶ୍ୱସ୍ତି, ୨୫୦୦ ଟଙ୍କା ଶସ୍ତା ହୋଇଗଲା ସୁନା

ଦିନେ ଟଙ୍କା ଆବଶ୍ୟକ ପଡ଼ିବାକୁ ନାବାଳକର ମାଆ ବ୍ୟାଙ୍କ ପହଞ୍ଚିଥିଲେ । ତେବେ ଆକାଉଣ୍ଟରେ ଟଙ୍କା ନଥିବା ଶୁଣି ଚକିତ ହୋଇଥିଲେ । ବ୍ୟାଙ୍କ ଅଧିକାରୀମାନେ କହିଥିଲେ ଯେ ତାଙ୍କ ଆକାଉଣ୍ଟରୁ ପ୍ରାୟ ୨୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ଏହାସହ ଅନ୍ୟ ଏକ ଆକାଉଣ୍ଟରୁ ମଧ୍ୟ ପେମେଣ୍ଟ କରାଯାଇଛି । ଏହାପରେ ମହିଳା ଜଣଙ୍କ ଜାଣିବାକୁ ପାଇଥିଲେ ଯେ ତାଙ୍କର ଏଚଡିଏଫସି ବ୍ୟାଙ୍କ ଆକାଉଣ୍ଟରୁ ୯ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ଏପରି ମୋଟ ୩୬ ଲକ୍ଷ ଟଙ୍କା ଉଡାଯାଇଛି । ଏହା ଜାଣିବା ପରେ ମହିଳା ଜଣଙ୍କ ସାଇବର ପୋଲିସ ଥାନା ଅଭିଯୋଗ କରିଛନ୍ତି । ନାବାଳକର ବାପା ପୋଲିସ ଥିଲେ, ଯାହାଙ୍କ ମୃତ୍ୟୁ ହୋଇସାରିଛି । ମହିଳା ଜଣଙ୍କ କହିଛନ୍ତି ଯେ ସ୍ୱାମୀଙ୍କ ମୃତ୍ୟୁ ପରେ ମିଳିଥିବା ଆର୍ଥିକ ସହାୟତା ରାଶି ମଧ୍ୟ ଏଥିରେ ଥିଲା ।

Also Read:ଅନଲାଇନ ମନି ଗେମ୍ସ ଉପରେ ରହିବ ନଜର, ଅଭ୍ୟାସରେ ପରିଣତକୁ ନେଇ ଚିନ୍ତାରେ ସରକାର

   Related Posts