ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ସ୍ଵାମୀଙ୍କ ମାନସିକ ସ୍ଥିତି ଭଲ ନଥିଲା, ସେ ୭/୮  ବର୍ଷ ହେବ ଔଷଧ ଖାଉଥିଲେ: ASIଙ୍କ ପତ୍ନୀ

29/01/2023 at 4:47 PM

ଭୁବନେଶ୍ଵର: ଗୁଳିମାଡ ଘଟଣାରେ ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କ ସ୍ଵାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି। ଭୁବନେଶ୍ଵର ସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ତାଙ୍କର ଚିକିତ୍ସା ଜାରି ରହିଛି। ଏହା ମଧ୍ୟରେ ଗୁଳିମାଡ କରିଥିବା ଏଏସଆଇ ଗୋପାଳ ଦାସଙ୍କ ପତ୍ନୀଙ୍କ ବୟାନ ଆସିଛି। ସ୍ଵାମୀଙ୍କ ମାନସିକ ସ୍ଥିତି ଭଲନଥିଲା ବୋଲି କହିଛନ୍ତି ଏଏସଆଇଙ୍କ ପତ୍ନୀ। ସ୍ଵାମୀଙ୍କ ରକ୍ତଚାପ ଥିଲା। ତେଣୁ ସେ ନିୟମିତ ମେଡିସିନ ଖାଉଥିଲେ।

ଏଏସଆଇଙ୍କ ପତ୍ନୀ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କର କାହା ସହ ଶତ୍ରୁତା ନଥିଲା। ସେ ଠିକରେ ଡ୍ୟୁଟି କରୁଥିଲେ। ଝାରସୁଗୁଡାରେ ୧୨/୧୩ ବର୍ଷ ହେଲା କାର୍ଯ୍ୟ କରୁଥିଲେ। ମୁଁ ଟିଭିରୁ ଘଟଣା ବିଷୟରେ ଜାଣିବାକୁ ପାଇଲି। ସେ କେଉଁଥି ପାଇଁ ଏ ଘଟଣା କଲେ ମୁଁ କିଛି ଜାଣିନି। ସକାଳୁ ତାଙ୍କ ସହ କଥା ହୋଇନି। ସକାଳ ୧୧ଟାରୁ ୧୨ଟା ଭିତରେ ସେ ଝିଅଙ୍କୁ ଭିଡିଓ କଲ୍ କରିଥିଲେ। ତାଙ୍କର କୌଣସି ଅସୁବିଧା ନଥିଲା। କେବଳ ମାଇଣ୍ଡ ଟିକେ ଖରାପ ଥିଲା। ସାତ ଆଠ ବର୍ଷ ହେବ ସେ ନିୟମିତ ଔଷଧ ଖାଉଥିଲେ। ଡ୍ୟୁଟି ଯାଉଥିଲେ, କାହା ସହ ଝଗଡା କି ମାରପିଟ୍ କିଛି ନଥିଲା।

ସୂଚନାଯୋଗ୍ୟ ଯେ, ରବିବାର ଦିନ ଝାରସୁଗୁଡ଼ା ସ୍ଥିତ ବ୍ରଜରାଜନଗର ଗାନ୍ଧି ଛକରେ ଥିବା ବିଜେଡି କାର୍ଯ୍ୟାଳୟର ଉଦଘାଟନ କରିବାକୁ ଯାଉଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଏହି ସମୟରେ ଜଣେ ପୋଲିସ ଏଏସ୍‌ଆଇ ଗୁଳିମାଡ଼ କରିଥିଲେ । ଯେଉଁଥିରେ ନବ ଦାସଙ୍କ ଛାତିରେ ଗୁଳି ବାଜିଥିଲା ଏବଂ ଘଟଣାସ୍ଥଳରେ ହିଁ ସେ ପଡ଼ିଯାଇଥିଲେ । ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲକୁ ଏୟାରଲିଫ୍ଟ କରାଯାଇଛି । କଡ଼ା ସୁରକ୍ଷା ମଧ୍ୟରେ ଭୁବନେଶ୍ୱର ବିମାନବନ୍ଦରରୁ ଗ୍ରୀନ କରିଡର ଜରିଆରେ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଏ ଖବର ପଢନ୍ତୁ- ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼, ଛାତିରେ ବାଜିଛି ଗୁଳି

ଅନ୍ୟପଟେ ନବ ଦାସଙ୍କ ଗୁଳିମାଡ଼ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗୁଳିମାଡ ଘଟଣାକୁ ଦୃଢ ନିନ୍ଦା କରିବା ସହ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ମୁଖ୍ୟମନ୍ତ୍ରୀ ।  ଏହାସହିତ ଭୁବନେଶ୍ୱର ସ୍ଥିତ ଘରୋଇ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ କ୍ୟାବିନେଟ ମନ୍ତ୍ରୀ ଓ ନେତାଙ୍କ ସୂଅ ଛୁଟିବାରେ ଲାଗିଛି। ନବଦାସଙ୍କ ଉପରକୁ ଗୁଳିମାଡ କରିଥିବା ଏଏସଆଇ ହେଉଛନ୍ତି ଗୋପାଳକୃଷ୍ଣ ଦାସ। ତେବେ କେଉଁ କାରଣ ପାଇଁ ମନ୍ତ୍ରୀଙ୍କୁ ଗୁଳି କରିଛନ୍ତି ତାର କାରଣ ଜଣା ପଡିନାହିଁ। ପୋଲିସ ତଦନ୍ତ ଆରମ୍ଭ କରି ଦେଇଛି। ଏହି ଘଟଣାରେ ଅଳ୍ପକେ ବର୍ତ୍ତିଛନ୍ତି ଆଇଆଇସି ପ୍ରଦ୍ୟୁମ୍ନ ସ୍ଵାଇଁ।  ଅଭିଯୁକ୍ତ ଏଏସଆଇକୁ ଅଟକ ରଖାଯାଇଛି।

   Related Posts