ସ୍ତ୍ରୀ ହନ୍ତା ସ୍ୱାମୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ; ୫୦ ହଜାର ଜୋରିମାନା
28/11/2022 at 9:44 PM

କେନ୍ଦୁଝର ୨୮/୧୧: ସ୍ତ୍ରୀ ହନ୍ତା ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ସହିତ ୫୦ ହଜାର ଜୋରିମାନା। ଜୋରିମାନା ଅନାଦେୟ ହେଲେ ଅଧିକ ଗୋଟିଏ ବର୍ଷ କାରାଦଣ୍ଡ ବଢ଼ିବ ବୋଲି ଅଦାଲତ ପକ୍ଷରୁ କୁହାଯାଇଛି। ଏକ ହତ୍ୟା ମାମଲାରେ କେନ୍ଦୁଝର ଜିଲ୍ଲା ଦୌରା ଜଜ୍ ଏପରି ରାୟ ଦେଇଛନ୍ତି। ୧୫ ଜଣ ସାକ୍ଷି ଓ ପ୍ରମାଣକୁ ଭିତ୍ତି କରି କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଅଭିଯୁକ୍ତ ହତ୍ୟାକାରୀ ସ୍ୱାମୀର ପରିଚୟ ବାବୁଲି ମଲାର। ସେ ବଡ଼ ଖମଣ ଗାଁର ବାସିନ୍ଦା।

ଖବର ଅନୁସାରେ ୨୦୧୭ ରେ ତେଲକୋଇ ଥାନା ଅଧୀନ ବଡ଼ଖମଣ ଗାଁରେ ପାରିବାରିକ କଳହକୁ କେନ୍ଦ୍ରକରି ଅଭିଯୁକ୍ତ ତା ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କରିଥିଲା। ଏହି ହତ୍ୟା ଘଟଣାର ବିଚାର କରି ୧୫ ଜଣ ଙ୍କ ର ସାକ୍ଷୀ ପ୍ରମାଣ କୁ ଭିତି କରି ସ୍ଵାମୀ ବାବୁଲି ମଲାର କୁ ଆଜି ଆଜୀବନ ଦଣ୍ଡାଦେଶ ସହ ପଚାଶ ହଜାର ଟଙ୍କା ଯୋରିମାନା ଓ ଯୋରିମାନା ଅନାଦେୟ ଏକ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି କେନ୍ଦୁଝର ଜିଲ୍ଲା ଦୌରା ଜଜ୍ ।