ସମ୍ପର୍କୀୟଙ୍କ ସହ ମସ୍ତି କରୁଥିଲେ ସ୍ୱାମୀ; ସ୍ତ୍ରୀ କରୁଥିଲେ ଭିଡିଓ ରେକଡିଂ, ଅଚାନକ ପାଣିରେ ବୁଡ଼ିଗଲେ ସ୍ୱାମୀ ଓ ୨ ଯୁବତୀ

Published By : Prameya-News7 Bureau | June 02, 2019 IST

ପିକନିକରେ ଯାଇଥିବା ଗୋଟିଏ ପରିବାର ପାଣିରେ ଖୁବ ମସ୍ତି କରୁଥିଲେ । ମହିଳା ଏହି ସବୁ ମୁହୂର୍ତ୍ତକୁ ଦୂରରେ ବସି ମୋବାଇଲରେ ରେକଡିଂ କରୁଥିଲେ । କିନ୍ତୁ ଅଚାନକ ମାତ୍ର କିଛି ସେକେଣ୍ଡରେ ସବୁକିଛି ବଦଳି ଯାଇଥିଲା । ସବୁ ଖୁସି ପାଣି ଫୋଟକା ଭଳି କୁଆଡେ ଉଭେଇ ଯାଇଥିଲା । ମହିଳାଙ୍କ ଆଖି ସାମ୍ନାରେ ତାଙ୍କ ସ୍ୱାମୀ ଓ ପରିବାରର ଅନ୍ୟ ଦୁଇ ଝିଅରେ ପାଣିରେ ବୁଡ଼ିଗଲେ । ଘଟଣା ତେଲେଙ୍ଗାନା ଜନଗାଁ ଜିଲ୍ଲାର ।

{"id":118674}

ତେଲେଙ୍ଗାନା ଜନଗାଁରେ ଶନିବାର ଦିନ ଏକ ପରିବାର ବୋମ୍ମାପୁର ଅଭୟାରଣ୍ୟକୁ ପିକନିକ କରିବାକୁ ଯାଇଥିଲା । ସେତେବେଳେ ଅଚାନକ ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା । ଦିବ୍ୟା ନାମକ ୨୫ ବର୍ଷ ବୟସ୍କା ମହିଳା ନିଜ ସ୍ୱାମୀ ଅଭିଳାଷଙ୍କ ସହିତ ଯାଇଥିଲେ । ଅଭିଳାଷଙ୍କ ଦୁଇଜଣ ସମ୍ପର୍କୀୟ ମଧ୍ୟ ଯାଇଥିଲେ । ୧୯ ବର୍ଷ ବୟସ୍କ ସଂଗୀତା ଓ ୧୫ ବର୍ଷ ବୟସ ସୁମଲତା । 

{"id":118675}

୩ଜଣ ପାଣିରେ ଏନଜୟ କରୁଥିଲେ । ସେତେବେଳେ ଜଣେ ଅଭିଳାଷଙ୍କୁ ପାଣିରେ ପକାଇବା ପାଇଁ ଚେଷ୍ଟା କରିଥିଲା । କିନ୍ତୁ ଅଭିଳାଷ ଉଭୟଙ୍କୁ ଚାପି ଦେଇଥିଲେ । ଏ ସମସ୍ତ ଘଟଣା ଦିବ୍ୟା ଦୂରରେ ବସି ନିଜ ମୋବାଇଲରେ ରେକଡିଂ କରୁଥିଲେ । ଅଚାନକ ଅଭିଳାଷ, ସଂଗୀତା ଓ ସୁମଲତା ଗଭୀର ପାଣିରେ ବୁଡି ଯାଇଥିଲେ ।

ଏହାଦେଖି ଦିବ୍ୟା ପାଟିକରି ଲୋକଙ୍କୁ ସାହାଯ୍ୟ ପାଇଁ ଡାକିଥିଲେ । ଦିବ୍ୟାଙ୍କ ପାଟି ଶୁଣି ଗାଁଲୋକେ ଦୌଡ଼ି ଆସିଥିଲେ । ଗାଁଲୋକେ ଆସି ପାଣିରୁ ୩ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ । ସେତେବେଳକୁ ୩ ଜଣଙ୍କ ମୃତ୍ୟୁ ହୋଇସାରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.