ଖୋର୍ଦ୍ଧା, ୨୬ ।୦୯: ସ୍ତ୍ରୀକୁ ଅତି ନୃଶଂସ ଭାବେ ହତ୍ୟା କଲା ସ୍ୱାମୀ । ତା ପୁଣି ସ୍ତ୍ରୀର ବାପ ଘରେ । ଏପରି ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ଅଞ୍ଚଳରେ ।
ନିଜ ବାପ ଘରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିରହିଛି ବିବାହିତ ଝିଅର ମୃତଦେହ । ମୃତ ମହିଳା ହେଲେ ଖୋର୍ଦ୍ଧା ମୁକୁନ୍ଦପ୍ରସାଦ କଲେଜ ରୋଡ଼ର ସସ୍ମିତା ବେହେରା । ଶନିବାର ରାତିରେ ସଶ୍ମିତାଙ୍କ ସ୍ୱାମୀ ତାଙ୍କୁ ହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଏନେଇ ଖୋର୍ଦ୍ଧା ଆଦର୍ଶ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ ।
ତେବେ ସ୍ୱାମୀ ହରେକୃଷ୍ଣ ବେହେରା ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଘଟଣସ୍ଥଳରେ ଆଦର୍ଶ ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।