ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ବିବାହର ୨୬ ଦିନ ପରେ ସ୍ତ୍ରୀ’ର ତଣ୍ଟି ଚିପି ହତ୍ୟା କଲା ସ୍ବାମୀ, ଅଖାରେ ପୂରାଇ ଫିଙ୍ଗିଦେଲା…

24/11/2022 at 2:45 PM

ନୂଆଦିଲ୍ଳୀ, ୨୪/୧୧: ଦିଲ୍ଳୀର ଲୋମହର୍ଷକ ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲା ଶାନ୍ତ ହୋଇନଥିବାବେଳେ। ଏବେ ରାଜସ୍ଥାନ ଅଜମେରରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ମାମଲା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରଛି। ଏଠାରେ ବିବାହର ୨୫ ଦିନ ପରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ତଣ୍ଟି ଚିପି ହତ୍ୟା କରିଛି। ଖାଲି ସେତିକି ନୁହେଁ ହତ୍ୟା ପରେ ସ୍ତ୍ରୀ’ର ଶବକୁ ଅଖାରେ ଭର୍ତ୍ତି କରି ପୁଷ୍ପରରେ ଏକ ଶୁନଶାନ୍ ସ୍ଥାନରେ ଫିଙ୍ଗିଦେଇଥିଲା। ଏହି ମାମଲା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କାରଣ ପାଲଟିଛି।

ଏହି ମାମଲା ଅଜମେର ଜିଲ୍ଳା କ୍ରିଶ୍ଚିୟନଗଞ୍ଜ ଥାନା ଅନ୍ତର୍ଗତ। ଏଠାରେ ଏକ ଅର୍ନ୍ତ ଜାତି ବିବାହର ୨୬ ଦିନ ପରେ ନବ ବିବାହିତ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଛନ୍ତି। ତେବେ ହତ୍ୟା ପରେ ଶବକୁ ଫିଙ୍ଗିବାକୁ ଯାଉଥିବାବେଳେ ପଡ଼ୋଶୀ ଦେଖିନେଇଥିଲେ ଏବଂ ପୋଲିସ୍‌କୁ ଖବର ଦେଇଥିଲେ। ଏହାପରେ ପୂରା ମାମଲାର ଖୁଲାସା ହୋଇଥିଲା ଏବଂ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା। ପଚରାଉଚରା ପରେ ପୋଲିସ୍ ମୃତଦେହ ଜବତ କରିଥିଲା।

କ୍ରିଶ୍ଚିୟନ ଗଞ୍ଜ ଥାନା ଦ୍ବାରକା ନଗର ଲେନ୍-୪ ରେ ରହୁଥିବା ମୁକେଶ ସିଙ୍ଘୀ (୩୪) ନୂଆ ବଜାରରେ କପଡ଼ା ଦୋକାନ ଚଳାଉଥିଲା। ୨୬ ଦିନ ତଳେ ତାଙ୍କର ବିବାହ ଭଗବାନଗଞ୍ଜର ଜେନିଫର (୩୨)ଙ୍କ ସହ ହୋଇଥିଲା। ଊଭୟ ଭିନ୍ନ ଭିନ୍ନ ଜାତିର । ସେହିଭଳି ବିବାହ ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହେବାକୁ ଲାଗିଥିଲା।

ବୁଧବାର ସକାଳେ ମୁକେଶ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପଡ଼ୋଶୀଙ୍କ ଅନୁଯାୟୀ ସକାଳେ ଉଭୟଙ୍କ ମଧ୍ୟରେ ଭୀଷଣ ଝଗଡ଼ା ହୋଇଥିଲା। ଏହାର କିଛି ସମୟ ପରେ ମୁକେଶ ଘରୁ ବାହାରକୁ ବାହାରିଥିଲେ ଏବଂ ବସ୍ତା ନେଇ ଘରୁ ବାହାରିଥିଲେ, ତା’ ହାତରେ ଏକ ବସ୍ତା ରହିଥିଲା ଯାହାକୁ ସେ ସ୍କୁଟିରେ ରଖିଥିଲେ। ବସ୍ତା ରଖିବା ସମୟରେ ସେଥିରେ ଜେନିଫରଙ୍କ ମୃତଦେହ ଥିବା ନେଇ ଜାଣିଥିଲେ ଏବଂ ପୋଲିସକୁ ଖବର ଦେଇଥିଲେ ପଡ଼ୋଶୀ।

କୁହାଯାଉଛି ହତ୍ୟା ପୂର୍ବରୁ ନୃଶଂସ ଭାବରେ ପିଟିଥିଲା ଏହାପରେ ତଣ୍ଟି ଚିପି ହତ୍ୟା କରିଥିଲା। ସେପଟେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ସେହି ସମୟରେ ମୁକେଶ ମଧ୍ୟ ଶବକୁ ଫିଙ୍ଗି ଘରକୁ ଫରିଥିଲା ଆଉ ପୋଲିସକୁ ଦେଖି ଖସି ପଳାଇଯିବାକୁ ଉଦ୍ୟମ କରିବାବେଳେ ଧରାପଡ଼ିଥିଲା।

   Related Posts