ନିଶା କାରବାରରେ ସ୍ବାମୀ ସ୍ତ୍ରୀ ଗିରଫ

Published By : Prameya-News7 Bureau | July 22, 2019 IST

ବଲାଙ୍ଗୀର ୨୨/୭: ବଲାଙ୍ଗୀରରେ ଚାଲିଛି ପୁଣି ଖୁଲମଖୁଲା କଫସିରଫ ଠାରୁ ଆରମ୍ଭ କରି ବିଭିନ୍ନ ନିଶା ଟେବଲେଟ କାରବାର। ତେବେ ଖୁଚୁରା ଭାବରେ ନିଜ ଘରେ ରଖି ବିକ୍ରି କରୁଥିବାବେଳେ ଆଜି ଧରାପଡିଛନ୍ତି ସହରର ହାତିସାଲ ପଡାରୁ ସ୍ବାମୀ ସ୍ତ୍ରୀ ଦମ୍ପତ୍ତି। ତେବେ ସେମାନେ ହେଲେ ବସନ୍ତ ସାହୁ ଓ ସଙ୍ଗିତା ସାହୁ।୨ ଜଣ ସହରର ହାତିସାଲ ପଡା ଘରେ ଓ ଭାଗରଥି ଛକର ବିଭିନ୍ନ ସ୍ଥାନରେ ନିଶା ଟେବଲେଟ ସହ କଫସିରଫ ବିକ୍ରି କରୁଥିବା ଆଦର୍ଶ ଥାନାରେ ହୋଇଥିଲା ଅଭିଯୋଗ।

{"id":136251}

ଏନେଇ ଏକ ମାମଲା ରୁଜୁ କରି ଆଦର୍ଶ ଥାନା ପୋଲିସ ଆଜି ରେଡ କରିଥିଲା ଦମ୍ପତ୍ତିଙ୍କ ଘରେ । ତେବେ ୧୨ଟି କଫସିରଫ ବୋତଲ, କିଛି ଖୋଲା ନିଶା ଟେବଲେଟ  ଓ ବହୁ ପ୍ରକାରର ନିଶା ଦ୍ରବ୍ୟ ସହ ଗିରଫ କରିଥିଲା ପୋଲିସ। ତେବେ ଦୁହିଁଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୋଲିସ। ସେପଟେ ପୂର୍ବରୁ ମଧ୍ୟ ଦୁହିଁଙ୍କ ନାଁରେ ନିଶା କାରବାରକୁ ନେଇ ମାମଲା ରୁଜୁ ହୋଇଥିବା ସହ ଏ କାରବାରରେ ସହରର ବହୁ ଲୋକଙ୍କ ହାତ ଥିବା ସଂଦେହ କରିଛି ପୋଲିସ। ତେବେ ଏହାକୁ ନେଇ ଖୋଳତାଡ ମଧ୍ୟ ଆରମ୍ଭ କରିଛି।

{"id":136254}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.