ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

୪ଦିନର ଶିଶୁ ସହ ମାଆକୁ ଚଳନ୍ତା ଅଟୋରୁ ଠେଲିଦେଲା ନୃଶଂସ ସ୍ୱାମୀ, ବାପଘର ଲୋକ ଆସିଲେନି ବୋଲି…

18/12/2021 at 10:52 PM

ସରୋ, ୧୮/୧୨: ମଦୁଆ ସ୍ବମୀର ଉନ୍ମୁକ୍ତ କାଣ୍ଡ । ଚଳନ୍ତା ଅଟୋରୁ ଠେଲି ଦେଲା ନବଜାତ ଶିଶୁ ଓ ମା କୁ । ପ୍ରେମ ବିବାହ ପାଇଁ ପରିବାର ଲୋକଙ୍କ ଇଚ୍ଛା ବିରୋଧରେ ଯାଇ ସ୍ବାମୀର ହାତ ଧରି ସାରା ଜୀବନ ଅତିବାହିତ କରିବାକୁ ବାପା-ମାଆ-ଭାଇଙ୍କୁ ପର କରି ଚାଲି ଆସିଥିଲା । ମାତ୍ର ମଦୁଆ ସ୍ବାମୀ ଚଳନ୍ତା ଅଟୋରୁ ଠେଲି ଦେଲା । ଉଭୟ ଏବେ ଗୁରୁତର  ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ । ଔପଦା ବ୍ଲକ୍ କମାରପାଳ ଗରୁଡହତା ଅଞ୍ଚଳର ପ୍ରଦୀପ ଗିରି, କେନ୍ଦ୍ରାପଡା ରାଜକନିକା ଅଞ୍ଚଳର ସଙ୍ଗୀତାଙ୍କୁ ପ୍ରେମ ବିବାହ କରିଥିଲେ । ଗତ ୪ ଦିନ ତଳେ ସୋରସ୍ଥିତ ଏକ ଘରୋଇ ନର୍ସିଂହୋମରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ଆଜି ନର୍ସିଂହୋମରୁ ଡିସ୍ଚାର୍ଜ ହୋଇ ଘରକୁ ଫରୁଥିବା ବେଳେ ସଙ୍ଗୀତାଙ୍କ ବାପ ଘର ଲୋକ ତାଙ୍କୁ ଦେଖିଵାକୁ କେହି ନଆସିବାକୁ ନେଇ ସ୍ବାମୀ ପ୍ରଦୀପ ସଙ୍ଗୀତାଙ୍କୁ ଗାଳି ଗୁଲଜ କରିବା ସହ ଦୁହିଁଙ୍କୁ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା ।

ଏଥିରେ ଉତ୍‌କ୍ଷିପ୍ତ ହୋଇ ସ୍ବାମୀ ପ୍ରଦୀପ ଉଭୟ ନବଜାତ ଶିଶୁ ଓ ମାକୁ ସୋର କୁପାରୀ ରାସ୍ତା ରାଜବନ୍ଧ ଛକ ନିକଟରେ ଚଳନ୍ତା ଅଟୋରୁ ତଳକୁ ଠେଲି ଦେଇଥିଲା । ଫଳରେ  ଉଭୟ ନବଜାତ ଶିଶୁ ଓ ମା ଗୁରୁତର ଆହାତ ହୋଇଥିଲେ । ସ୍ଥାନୀୟ ଲୋକ  ଉଦ୍ଧାର କରି ପ୍ରଥମେ ସୋର ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବାଲେଶ୍ବର ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରୁ ମଦୁଆ ସ୍ବାମୀ ଫରାର୍ ହୋଇଯାଇଥିବା ଜଣାପଡିଛି ।

   Related Posts