ସ୍ତ୍ରୀର ପରକୀୟା ପ୍ରୀତିର ଖୁଲାସା କରି ଫେସବୁକ ଲାଇଭରେ ନିଜକୁ ଗୁଳି କରି ଆତ୍ମହତ୍ୟା କଲା ସ୍ୱାମୀ

Published By : Prameya-News7 Bureau | August 24, 2020 IST

ଆରା ୨୪/୦୮ ବିହାର ଆରାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି | ଜଣେ ଯୁବକ ଫେସବୁକରେ ଲାଇଭ ଆସି ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି | ସ୍ତ୍ରୀଙ୍କ ଅନ୍ୟ ପୁରୁଷ ସହ ଅବୈଧ ସମ୍ପର୍କ ଥିବା ଜାଣି ଯୁବକ ଆତ୍ମହତ୍ୟା କରିଛନ୍ତି | ଭୋଜପୁର ପୋଲିସ ଆତ୍ମହତ୍ୟା ମାମଲାର ଖୁଲାସା କରିବାକୁ ତଦନ୍ତ ଆରମ୍ଭ କରିଛି | ଯୁବକଙ୍କ ଶବ ବ୍ୟବଛେଦ ପାଇଁ ପଠାଇ ପୋଲିସ ମାମଲାର ତଦନ୍ତ କରୁଛି | ଘଟଣା ଭୋଜପୁର ଜିଲ୍ଲାର ଉଦୱନ୍ତନଗର ଥାନା ଅଞ୍ଚଳର |

ପ୍ରାପ୍ତ ସୂଚନା ଅନୁଯାୟୀ, ଉଦୱନ୍ତନଗର ଥାନା ଅନ୍ତର୍ଗତ ଏକୋନା ଗାଁରେ ରବିବାର ସନ୍ଧ୍ୟାରେ ଜଣେ ଯୁବକ ନିଜ ମୁଣ୍ଡରେ ଗୁଳି କରି ଆତ୍ମହତ୍ୟା କରିଛନ୍ତି | ମୃତକ ଜଣକ ହେଲେ ସୁମିତ ସିଂହ | ଆତ୍ମହତ୍ୟାର ଠିକ ପୂର୍ବରୁ ସୁମିତ ଫେସବୁକରେ ଲାଇଭ ଆସି ନିଜର ଏକ ଭିଡିଓ ପୋଷ୍ଟ କରିଥିଲେ | ଭିଡିଓରେ ମଦ ବୋତଲ ଓ ଅନ୍ୟାନ୍ୟ ଜିନିଷ ଦେଖାଯାଉଛି | ଏହାସହ ଭୂଇଁରେ ଏକ ଅସ୍ତ୍ର ମଧ୍ୟ ପଡିଥିବାର ଭିଡିଓରେ ଦେଖାଦେଇଛି | ଯୁବକ ଜଣକ ସେହି ଅସ୍ତ୍ରରେ ନିଜକୁ ଗୁଳି କରିଥିବା ଅନୁମାନ କରାଯାଉଛି | ପର ପୁରୁଷ ସହ ନିଜ ସ୍ତ୍ରୀଙ୍କ ଅବୈଧ ସମ୍ପର୍କକୁ ନେଇ ଯୁବକ ଜଣକ ଆତ୍ମହତ୍ୟା କରିଥିବା ଜଣାପଡିଛି |

ଭିଡିଓରେ ସେ କହିଛନ୍ତି ଯେ ନିଜ ସ୍ତ୍ରୀ ପାଇଁ ସେ ଆତ୍ମହତ୍ୟା କରୁଛନ୍ତି | ତାଙ୍କ ସ୍ତ୍ରୀଙ୍କ ପରିବାର ମଧ୍ୟ ତାଙ୍କୁ ସପୋର୍ଟ କରୁଥିବା ସେ କହିଛନ୍ତି | ସେ ଆହୁରି କହିଛନ୍ତି ଯେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେଙ୍କୁ ସବୁକଥା କହିବାକୁ ଚାହୁଁଛନ୍ତି ଯେ ଜୁନ ୧୨ ତାରିଖରେ ତାଙ୍କ ସ୍ତ୍ରୀ ରାହୁଲ ନାମକ ଯୁବକ ସହ ଫୋନରେ କଥା ହେଲାବେଳେ ସେ ତାଙ୍କୁ ଧରିଥିଲେ |

ଏତିକି କହି ଯୁବକଙ୍କ ଭିଡିଓ ବନ୍ଦ ହୋଇଯାଇଥିଲା | ତାର କିଛି ସମୟ ପରେ ଗୁଳି ଶବ୍ଦ ସୁଭିଥିବ ସ୍ଥାନୀୟ ଲୋକେ କହିଥିଲେ | ଗୁଳି ଶବ୍ଦ ଶୁଣି ଆଖପାଖରେ ଥିବା ଲୋକେ ଦୌଡ଼ି ଆସି ଦେଖିଲା ବେଳକୁ ସୁମିତଙ୍କ ମୃତଦେହ ପଡିଥିଲା | ସେମାନେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ | ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଥିଲା | ପୋଲିସ ଘଟଣାସ୍ଥଳରୁ ମଦ ବୋତଲ ଓ କିଛି ଆପତ୍ତିଜନକ ସାମଗ୍ରୀ ଜବତ କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.