ସ୍ତ୍ରୀର ଜିଭକୁ କାମୁଡି ଛିଡାଇ ଦେଲା ମାତାଲ ସ୍ୱାମୀ, ନିର୍ଦ୍ଦୟ ଭଳି ପିଟି ଚାଲିଲା

Published By : Prameya-News7 Bureau | December 09, 2020 IST

ଲକ୍ଷ୍ନୌ,୦୯/ ୧୨:   ସ୍ତ୍ରୀର ଜିଭକୁ କାମୁଡି ଛିଡାଇ ଦେଲା ମଦ୍ୟମ ସ୍ୱାମୀ । ସ୍ତ୍ରୀର ପାଟିରୁ ରକ୍ତ ବାହାରୁଥିଲେ ମଧ୍ୟ ନିସ୍ତୁକ ଭାବେ ମାରି ତାଲିଲା । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଲକ୍ଷ୍ନୌ ଅଞ୍ଚଳରେ ।

ସୂଚନାନୁସାରେ, ଲକ୍ଷ୍ନୈାର ଭଟ୍ଟା ଗ୍ରାମରେ ରୁହନ୍ତି ରଚିତ ରାଓ୍ୱତ ଓ ସୁମନ । ଉଭୟ ୨ ବର୍ଷ ତଳେ ବିବାହ କରିଥିଲେ । ଅନେକ ସମୟରେ ଛୋଟଛୋଟ କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥାଏ । ଏପରିକି ରଚିତ ମଦ ପିଇ ଆସି ସୁମନଙ୍କ ସହ ଝଗଡା ଲାଗିଥାନ୍ତି । କିନ୍ତୁ ସୋମବାର ଏହା ଅଧିକ ଉଗ୍ରରୂପ ଧାରଣ କରିଥିଲା । ସୋମବାର ରାତିରେ ରଚିତ ମଦ ପିଇ ଆସି ସୁମନଙ୍କ ସହ ଝଗଡା କରିଥିଲେ । ଏପରିକି ତାଙ୍କ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିଲେ । ଏଥିରେ ବିଫଳ ହେବାରୁ ସେ ମାତାଲ ଅବସ୍ଥାରେ ସୁମାନଙ୍କ ଜିଭକୁ କାମୁଡି ଛିଡାଇ ଦେଇଥିଲେ ।

ଏହାପରେ ବି ରଚିତଙ୍କ ରାଗ ଶାନ୍ତ ହୋଇନଥିଲା । ସୁମନଙ୍କ ପାଟିରୁ ପ୍ରବଳ ରକ୍ତସ୍ରାବ ହେଉଥିଲେ ବି ରଚିତ ତାଙ୍କୁ ନିର୍ଦ୍ଦୟ ଭାବେ ମାଡ ମାରି ଚାଲିଥିଲେ । ସୁମନଙ୍କ ପାଟି ଶୁଣି ଆଖପାଖ ଲୋକ ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସି ତାଙ୍କୁ ଉଦ୍ଧାର କରିବା ସହ ହସ୍ପିଟାଲରେ ଭର୍ତ୍ତି କରିଥିଲା ।

ଏତତ୍ ବ୍ୟତୀତ ରଚିତଙ୍କୁ ଗିରଫ କରାଯାଇଛି । ଆହୁରି ମଧ୍ୟ ତଦନ୍ତ ଜାରି ରହିଛି ବୋଲି ପୋଲିସ ଡିସିପି ସୋମେନ ବର୍ମା କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.