ସ୍ତ୍ରୀକୁ ହତ୍ୟା କରିବା ପରେ ମାଟି ତଳେ ପୋତିଥିଲେ ସ୍ୱାମୀ : ପୋଲିସ ଥାନାରେ ଦେଇଥିଲା ନିଖୋଜ ଖବର, ଧରାପଡିଲା ଆଜି

Published By : Prameya-News7 Bureau | April 08, 2019 IST

ସୁନ୍ଦରଗଡ ୮/୪ : ସୁନ୍ଦରଗଡ ଜିଲ୍ଲା ବଡ଼ଗାଁ ଥାନା ଅନ୍ତର୍ଗତ ଟିକିଲିପଡ଼ା ଗାଁରେ ଘଟିଛି ଅଭାବନୀୟ ଘଟଣା | ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ମାଟି ଖୋଳି ପୋତିଦେବାର ୩ ଦିନ ପରେ ଆଜି ଶବ ଉଦ୍ଧାର ହୋଇଛି | ଟିକିଲିପଡ଼ା ଗାଁର କପିଳ ଟପୋ ପ୍ରତିଦିନ ଭଳି ଗତ ୬ ତାରିଖ ରାତିରେ ମଦ୍ୟପାନ କରି ଘରକୁ ଆସିଥିଲା | ଘରେ ସ୍ତ୍ରୀ ଶର୍ମିଲା ଓ କପିଳଙ୍କ ମଧ୍ୟରେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା |

{"id":101531}

ଏହାପରେ ସ୍ୱାମୀ କପିଳ ରାଗିଯାଇ ଏକ କଥା ଫଳିଅରେ ସ୍ତ୍ରୀକୁ ନିସ୍ତୁକ ମାଡ ମାରିଥିଲା | ଘଟଣାସ୍ଥଳରେ ସ୍ତ୍ରୀ ଶର୍ମିଲାଙ୍କ ମୃତ୍ୟୁ ହୋଇଥିଲା | ସ୍ତ୍ରୀର ମୃତ୍ୟୁ ହୋଇଥିବା ଜାଣିପାରି ପୋଲିସ କବଳରୁ ରକ୍ଷା ପାଇବା ପାଇଁ କପିଳ ନିଜ ସ୍ତ୍ରୀର ଶବକୁ ଘର ପଛପଟେ ମାଟି ଖୋଳି ପୋତି ଦେଇଥିଲା | ଏହାପରେ ସ୍ତ୍ରୀ ନିଖୋଜ ଥିବା ନେଇ ବଡଗାଁ ଥାନାରେ ଏତଲା ଦେଇଥିଲା | ତେବେ ଆଜି ସେଠାରୁ ଗନ୍ଧ ବାହାରିବା ପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ | ପୋଲି ଘଟଣାସ୍ଥଳରେ ପହଂଚି ଶବ ଉଦ୍ଧାର କରିବା ସହ କପିଳକୁ ପଚରାଉଚୁରା କରିଥିଲା | କପିଳ ସବୁ କଥା ସ୍ୱୀକାର କରିବା ପରେ କପିଳକୁ ପୋଲିସ ଗିରଫ କରିଛି |

{"id":101532}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.