ବାଇକକୁ ଚାପିଦେଲା ଟ୍ରକ୍ : ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର
2/03/2020 at 9:37 AM

ନୂଆପଡା ୨/୩: ବାଇକକୁ ଚାପି ଦେଇଛି ଟ୍ରକ୍। ଫଳରେ ଘଟଣାସ୍ଥଳରେ ସ୍ବାମୀଙ୍କର ମୃତ୍ୟୁ ଘଟିଥିବାବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ସ୍ତ୍ରୀଙ୍କୁ କୋମନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ନୂଆପଡ଼ାର NH-353 ଘୋଟସର ଛକରେ ଦୁର୍ଘଟଣାଟି ଘଟିଛି। ମୃତକଙ୍କ ପରିଚୟ ମିଳିପାରିନାହିଁ। ପୋଲିସ ଟ୍ରକଟିକୁ ଜବତ କରିଛି କିନ୍ତୁ ଡ୍ରାଇଭର ଏଯାଏଁ ଫେରାର ରହିଛି।