ମହାଭାରତ କାହାଣୀର ପୁନରାବୃତି ; ଜୁଆ ପାଇଁ ପତ୍ନୀଙ୍କୁ ବାଜି ଲଗାଇଲେ ସ୍ୱାମୀ
30/05/2018 at 11:13 AM

ବାଲେଶ୍ବର ବାଲିଆପାଳ ଥାନା ଅନ୍ତର୍ଗତ ବାଲିକୁଟି ଗାଁରେ ଘଟିଛି ଏକ ଅଭାବନିୟ ଘଟଣା। ସେହିଗାଁର ରୁହନ୍ତି କାର୍ତିକ ମହାନ୍ତି ଓ ତାଙ୍କର ପରିବାର। କାର୍ତିକ ଜଣେ ଜୁଆଖେଳାଳି। ଜୁଆଖେଳି ଘରର ସମସ୍ତ ଆସବାବ ପତ୍ର ବିକିଦେଇଛନ୍ତି । ଶେଷରେ ସେ ନିଜର ସ୍ତ୍ରୀକୁ ବି ବାଜି ଲଗାଇବାପାଇଁ ଛାଡ଼ନାହାନ୍ତି । ମହାଭାରତରେ କୁରୁସଭାରେ ସିନା ଜୁଆଖେଳରେ ପାଣ୍ଡବ ବାଂଚଭାଇ ଦୌପଦିକୁ ବାଜିଲଗାଇଥିଲେ । ତାର ପୂନରାବୃତି ଘଟିଛି ଏଠାରେ। ଗତ ୨୩ ତାରିଖ ଦିନ କାର୍ତିକ ଜୁଆ ଖେଳିବା ପାଇଁ ଜଣେ ସଂପର୍କିୟଙ୍କ ଠାରୁ କିଛି ଟଙ୍କା ଆଣିଥିଲେ । ଟଙ୍କା ସୁଝି ନପାରିବାରୁ ନିଜ ସ୍ତ୍ରୀକୁ ନେଇ ସେହି ସଂପର୍କିୟଙ୍କୁୁ ଉତ୍ସର୍ଗ କରିଥିଲେ । ସଂପର୍କୀୟ ମଧ୍ୟ ସ୍ବାମୀ ଆଗରେ ସ୍ତ୍ରୀକୁ ଉପଭୋଗ କରିଥିଲେ । ଏଥିରେ ସ୍ବାମୀ ତାଙ୍କୁ ସଂପୂର୍ଣ୍ଣ ସହଯୋଗ ମଧ୍ୟ କରିଥିଲେ । ଉପଭୋଗ କରିସାରିବା ପରେ ପୁଣି ସ୍ତ୍ରୀକୁ ନେଇ ଘରକୁ ଫେରିଥିଲେ । ସ୍ତ୍ରୀ ଏହି ଘଟଣାକୁ ଲୋକ ଲୋଚନକୁ ଆଣିବାକୁ ଚାର୍ହିବାରୁ କାର୍ତିକ ସ୍ତ୍ରୀକୁ ନିସ୍ତୁକ ମାଡ଼ ମାରିଥିଲେ । ପରେ ସ୍ତ୍ରୀର ବଡ଼ ଭଉଣି ଆସି କାର୍ତିକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେ କିଛି ଶୁଣି ନଥିଲେ ବଡ଼ଭଉଣିକୁ ମଧ୍ୟ ପିଟିଥିଲେ | ପରେ କାର୍ତିକଙ୍କ ଶ୍ୱଶୁର ଝିଅକୁ ଘରକୁ ନେଇଯିବା ସହ ବାଲିଆପାଳ ଥାନାରେ ଏକ ମାମଲା ରୁଜ୍ଜୁ ରକିବାକୁ ଯାଇଥିଲେ । ହଲେ ପୁଲିସ ତାଙ୍କର ମାମଲାକୁ ନେଇନଥିଲା । ପରେ ସେମାନେ ବାଧ୍ୟ ହୋଇ ଗତକାଲି ବାଲେଶ୍ବର ଆସି ଏସ୍ ପିଙ୍କୁୁ ତାଙ୍କର ଅଭିଯୋଗ ଶୁଣାଇବାକୁ ଚାହିଁଥିଲେ । ଦିନ ୩ ଟା ପର୍ଯ୍ୟନ୍ତ ଏସ୍ ପି ନଫେରିବାରୁ ମହିଳା ଜଣଙ୍କ ହତାସ ହୋଇ ଘରକୁ ଫେରିଥିଲେ ।