ସାଙ୍ଗ ହୋଇ ଯାଇଥିଲେ କାମକୁ, ସ୍ବାମୀ ଫେରିଲେନି ଘରକୁ
6/09/2023 at 6:15 PM

ଜଗତସିଂହପୁର ୬।୯: ସ୍ତ୍ରୀ ଆଗରେ ଭାସିଗଲେ ସ୍ଵାମୀ । ସାଙ୍ଗ ହୋଇ ଯାଇଥିଲେ କାମକୁ ଆଉ ଫେରିବା ବାଟରେ ଦୁହେଁ ମିଶି ନଦୀ ପାର ହେଉଥିବା ବେଳେ ସ୍ଵାମୀ ସହ ଘଟିଲା ଦୁର୍ଘଟଣା । ସ୍ତ୍ରୀଙ୍କ ଆଖି ସାମ୍ନାରେ ନଦୀ ସ୍ରୋତରେ ଭାସି ଚାଲିଗଲେ ସ୍ଵାମୀ । ସ୍ଥାନୀୟ ଲୋକ ସ୍ତ୍ରୀଙ୍କ ପାଟି ଶୁଣି ଆସି ଉଦ୍ଧାର କଲାବେଳକୁ ସ୍ଵାମୀଙ୍କ ମୃତ୍ୟୁ ହୋଇସାରିଥିଲା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଡେରିକି ବଜାର ନିକଟରେ ଥିବା ଗୋବରୀ ନଦୀରେ ।
ସୂଚନାଯୋଗ୍ୟ ଯେ, ସ୍ଵାମୀ ପୂରଣ ଗୌଡ ଓ ସ୍ତ୍ରୀ ହାରାମଣୀ ଗୌଡ ଦୁହେଁ ବୁଧବାର ମୂଲ ଲାଗିବାକୁ ପାଖ କୋରୁଅ ଗ୍ରାମକୁ ଯାଇଥିଲେ । କାମ ସାରି ଅପରାହ୍ନରେ ଘରକୁ ଫେରୁଥିଲେ । ବଜାର ପଟେ ନଆସି ଘରର ରାସ୍ତା ପାଖ ହେବ ଭାବି ଦୁହେଁ ସାଙ୍ଗ ହୋଇ ଗୋବରୀ ନଦୀରେ ପଶି ଆସୁଥିଲେ । ସେହି ସମୟରେ ଏକ ଖାଲରେ ପଡିଗଲେ ସ୍ଵାମୀ ପୂରଣ । ନଦୀରେ ବୁଡିଯାଇ ପାଣି ପିଇ ଅଣନିଃଶ୍ବାସୀ ହେବା ବେଳକୁ ସ୍ତ୍ରୀ ସ୍ଵାମୀଙ୍କୁ ନପାଇ ଜୋରରେ ଚିତ୍କାର କରି ଡାକ ପକାଇଥିଲେ । ଲୋକେ ଆସି ଉଦ୍ଧାର କଲାବେଳକୁ ପୂରଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି ।
You Can Read :