ସ୍ୱାମୀର ଫଉଡ଼ା ଚୋଟରେ ସ୍ତ୍ରୀ ମୃତ
14/05/2018 at 9:52 AM

ପାରିବାରିକ କଳହର କରୁଣ ପରିଣତି । ସ୍ବାମୀର ଫାଉଡ଼ା ଚୋଟରେ ମୃତ୍ୟୁ ବରଣ କରିଛି ସ୍ତ୍ରୀ । ଦେବଗଡ଼ ବାରକୋଟ ଥାନା ପେଟପୁରା ଗାଁ ରେ ଘଟିଛି ଏହି ଅଭାବନୀୟ ଘଟଣା । କୌଣସି କାରଣକୁ ନେଇ ନବ ଧିବର ଓ ତାଙ୍କ ସ୍ତ୍ରୀ ନଳିନୀ ଧୀବରଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ସେଥିରେ ଉତ୍ତ୍ୟକ୍ତ ହୋଇ ନବ ତାର ସ୍ତ୍ରୀ ମୁଣ୍ଡକୁ ଏକ ଫାଉଡାରେ ପିଟିଦେଇଥିଲା । ଫାଉଡ଼ା ଚୋଟରେ ନଳିନିଙ୍କ ମୁଣ୍ଡରୁ ପ୍ରବଳ ରକ୍ତ ଶ୍ରାବ ହେବା ସହିତ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ବାରକୋଟ ଥାନା ପୋଲିସ ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହିତ ସ୍ବାସୀ ନବ କୁ ଅଟକ ରଖି ଘଟଣା ବିଷୟରେ ଅଧିକ ପଚରା ଛରା କରୁଛି ।
Related Posts
ଗୃହରେ ସ୍ପଷ୍ଟ କଲେ ନବୀନ, କହିଲେ- ଶ୍ରଦ୍ଧା ମୋର ଫିଜିଓ ଥେରାପିଷ୍ଟ
3 October 2023