ଜଳେଶ୍ବର ୫/୮: ମଦ ପିଇବାକୁ ମନା କଲା ସ୍ତ୍ରୀ । ହିତାହିତ ଜ୍ଞାନ ଭୁଲିଗଲା ସ୍ବାମୀ । ବାଲ୍ଟିରେ ପିଟିପିଟି ମାରିଦେଲା । ଜଳେଶ୍ବର ବାଣିଦା ଗାଁରେ ଚାଞ୍ଚଲ୍ୟ । ମୃତ ମହିଳା ବିଦ୍ୟାଧର ମାଇତିଙ୍କ ସ୍ତ୍ରୀ କଲ୍ପନା ମାଇତି । ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସଂପର୍କ ଭଲ ନଥିଲା । ଛୋଟ ଛୋଟ କଥାକୁ ନେଇ ସବୁବେଳେ ଝଗଡା ହୁଏ ।
ରବିବାର ରାତିରେ ବିଦ୍ୟାଧର ମଦ ପିଇ ନିଶାରେ ଚୁର୍ ହୋଇ ଘରକୁ ଆସିଥିଲେ । ଯାହାକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପୁଣି ଝଗଡା ହୋଇଥିଲା । ସକାଳେ କଳ୍ପନା ବାସନ ଧୋଇ ଫେରିବା ପରେ ବିଦ୍ୟାଧର ବାଲ୍ଟିରେ କଳ୍ପନାଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଅଭିଯୋଗ ଆଧାରରେ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ତଦନ୍ତ କରୁଛି ଜଳେଶ୍ବର ପୋଲିସ ।