ସ୍ୱାମୀର କୁରାଢୀ ଚୋଟରେ ସ୍ତ୍ରୀର ମୃତ୍ୟୁ
11/06/2018 at 8:06 AM

ସ୍ତ୍ରୀକୁ ହାଣିଦେଲା ସ୍ୱାମୀ । ସ୍ୱାମୀର କୁରାଢୀ ଚୋଟରେ ସ୍ତ୍ରୀର ମୃତ୍ୟୁ ହୋଇଛି । ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଜଗନ୍ନାଥପୁର ଗାଁରେ ଅବାବନୀୟ ଘଟଣା । ମୃତକ ହେଲେ ଜୟନ୍ତୀ ବାରିକ । ଘରୋଇ କଳହକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଅଭିଯୁକ୍ତ ସ୍ୱାମୀ ପ୍ରଫୁଲ୍ଲ ବାରିକକୁ ପୋଲିସ ଥାନାରେ ଅଟକ ରଖିଛି ।