ବଲାଙ୍ଗିର ୨୯।୬: ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ହଳଦୀ ପଞ୍ଚାୟତ ପାତଲପଡା ଗାଁରେ ହତ୍ୟାକାଣ୍ଡ । ନିଜ ସ୍ତ୍ରୀର ହାତ ଶିରାକୁ କାଟି ହତ୍ୟା କରିଥିବା ଅଭିଯୋଗ । ମୃତକ ଅୟସିନୀ ରଣା ହୋଇଥିବା ବେଳେ ସ୍ଵାମୀ ଟଙ୍କଧର ରଣା ବୋଲି ଜଣାପଡିଛି । କୌଣସି ଘରୋଇ କଳହରୁ ଏଭଳି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି ।
ସୂଚନାଯୋଗ୍ୟ ଯେ, ଏକ ଧାରୁଆ ଅସ୍ତ୍ରରେ ସ୍ତ୍ରୀର ହାତ ଶିରାକୁ କାଟି ଦେଇଥିଲା ସ୍ୱାମୀ । ଗୁରୁତର ଅବସ୍ଥାରେ ଟିଟିଲାଗଡ଼ ମେଡିକାଲକୁ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ଘଟଣା ସମ୍ପର୍କରେ ଖବର ପାଇଁ ମୁରିବାହାଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ସ୍ବାମୀ ହତ୍ୟାକରି ଫେରାର ମାରିଛି । ତେବେ ଉଭୟ ଟିଟିଲାଗଡ଼ ଏବଂ ମୁରିବାହାଲ ପୋଲିସ ଅଭିଯୁକ୍ତକୁ ବିଭିନ୍ନ ସ୍ଥାନକୁ ଯାଇ ଖୋଜୁଥିବା ସୂଚନା ମିଳିଛି ।
You Can Read:
ଶରଧାବାଲିରେ ଦଳାଚକଟା ଘଟଣାରେ ଦୁଃଖ ପ୍ରକାଶ କଲେ ଗଜପତି ମହାରାଜା, ଘଟଣାର ପୁନରାବୃତ୍ତି ନହେବା ନେଇ ନିଆଯାଉ ପଦକ୍ଷେପ