ସୋର ୧୩/୦୬: ପାରିବାରିକ କଳହରୁ କରୁଣ ପରିଣତି । ସ୍ତ୍ରୀକୁ ବାଡ଼ିରେ ପିଟିପିଟି ମାରିଦେଲା ସ୍ୱାମୀ । ମୃତ ସ୍ତ୍ରୀ ହେଉଛନ୍ତି କାଞ୍ଚନ ପରିଡା । ଆଉ ଅଭିଯୁକ୍ତ ସ୍ୱାମୀ ହେଉଛନ୍ତି ରମାକାନ୍ତ ପରିଡା l ଖଇରା ଥାନା ଅନ୍ତର୍ଗତ ଅସୁରିଆ ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଘଟିଛି ଘଟଣା l ଘଟଣାସ୍ଥଳରେ ଖଇରା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ତେବେ ଘଟଣାପରେ ସ୍ୱାମୀ ରମାକାନ୍ତ ଅଟକ ଅଛନ୍ତି ।
ସୂଚନା ଥାଉକି, ବିଳମ୍ୱିତ ରାତିରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଜୋରଦାର ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍କ୍ଷୀପ୍ତ ହୋଇ ସ୍ୱାମୀ ରମାକାନ୍ତ ସ୍ତ୍ରୀକୁ ବାଡିରେ ପିଟି ଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏବେ ପୋଲିସ ରମାକାନ୍ତଙ୍କୁ ଅଟ ରଖି ତଦନ୍ତ କରୁଛି ।