୭ ମାସ ତଳେ ହୋଇଥିଲା ପ୍ରେମ ବିବାହ, ଅନ୍ୟ ଯୁବକ ସହ ଦେଖିବା ପରେ ସ୍ତ୍ରୀକୁ ରାସ୍ତା ମଝିରେ ତଣ୍ଟି ଚିପି ମାରିଲା ସ୍ଵାମୀ

Published By : Prameya-News7 Bureau | September 19, 2021 IST

ନୋଏଡା, ୧୯/୦୯: ଖରାପ ସମ୍ପର୍କ ରଖିଥିବା ସନ୍ଦେହ କରି ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ତଣ୍ଟି ଚିପି ହତ୍ୟା କରିଥିବା ଜଣାପଡ଼ିଛି । ଅଭିଯୁକ୍ତ ସ୍ୱାମୀ ମୃତଦେହକୁ ଗାଜିଆବାଦର ଇନ୍ଦିରାପୁରମ୍‌ ଥାନା ଅନ୍ତର୍ଗତ ଏକ ସ୍ଥାନରେ ଫୋପାଡ଼ି ଦେଇଛି । ମୃତ ମହିଳାଙ୍କ ନାମ ରଞ୍ଜିତା । ପୋଲିସ୍‌ ଗୁରୁବାର ତାଙ୍କ ମୃତଦେହ ପାଇବା ପରେ ସେ ଫେଜ୍‌ ୩ ଥାନା ଅଧିନ ନିବାସୀ ବୋଲି ଜାଣିବାକୁ ପାଇଥିଲା । ପରେ ପୋଲିସ୍‌ ତାଙ୍କ ସ୍ୱାମୀଙ୍କୁ ନିଜ ହେପାଜତକୁ ନେଇଛି । ହେଲେ ଏହି ମାମଲା ହନ୍ଦିରାପୁରମ୍‌ ଥାନା ସହ ଯୋଡ଼ି ହୋଇଥିବାରୁ ସେଠାକାର ପୋଲସ୍‌ ଅଭିଯୁକ୍ତକୁ ନିଜ ସାଥିରେ ନେଇଯାଇଥିବା ଜଣାପଡ଼ିଛି ।

ନୋଏଡ଼ା ଫେଜ୍‌ ୩ ଥାନା ଅଞ୍ଚଳର ଛଜାରଶି ଗ୍ରାମରେ ରହୁଥିବା ଲାଲତା ପ୍ରସାଦଙ୍କର ୭ ମାସ ତଳେ କନ୍ନୋଜ ନିବାସୀ ୨୩ ବର୍ଷୀୟା ରଞ୍ଜିତାଙ୍କ ସହିତ ବିବାହ ହୋଇଥିଲା । ଲାଲତା ଛଜାରଶି ପାଖରେ ଥିବା ତାଙ୍କ ଭାଇଙ୍କ ଦୋକାନରେ ବସୁଥିଲେ । ରଞ୍ଜିତାଙ୍କର ଅନ୍ୟ ପୁରୁଷଙ୍କ ସହିତ ଅବୈଧ ସମ୍ୱନ୍ଧ ଥିବା ସନ୍ଦେହ କରୁଥିଲା ଲାଲତା ।

ପୋଲିସ୍‌ ଅନୁସାରେ ବୁଧବାର ସନ୍ଧ୍ୟାରେ ରଞ୍ଜିତା ଇନ୍ଦିରାପୁରମ୍‌ ଥାନା ଅଞ୍ଚଳରେ ଔଷଧ ଦେବାକୁ ଯାଇଥିଲେ। ଅଟୋରୁ ଓହ୍ଲାଇ ସେ କାହା ସହିତ ଫୋନ୍‌ରେ କଥା ହୋଇ ଆଗକୁ ଚିଲିଥିଲେ। କିଛି ବାଟ ଯିବା ପରେ ଲାଲତା ତଙ୍କୁ ଅନ୍ୟ ଏକ ଯୁବକ ସହିତ ଯାଉଥିବା ଦେଖିଥିଲା । ଏହା ପରେ ଯୁବକ ଜଣକ ସେଠାରୁ ଫେରାର୍‌ ହୋଇଯାଇଥିଲା । କିନ୍ତୁ ଲାଲତା ପତ୍ନୀ ରଞ୍ଜିତାର ତଣ୍ଟି ଚିପି ସେଠାରେ ହତ୍ୟା କରିଦେଇଥିଲା । ମୃତଦେହକୁ ଏକ ଫାର୍ମ ହାଉସ୍‌ ପାଖରେ ଛାଡ଼ି ପଳାଇ ଆସିଥିଲା । ତେବେ ପୋଲିସ୍ ଗୁରୁବାର ଶବକୁ ଉଦ୍ଧାର କରିବା ପରେ ତାକୁ ଚିହ୍ନଟ କରି ଲାଲତାକୁ ନିଜ ହେପାଜତକୁ ନେଇଥିଲା ।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.