ନିଶାଗ୍ରସ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ, ଗାଁ ଦାଣ୍ଡରେ ପଥରରେ ଛେଚି ସ୍ତ୍ରୀକୁ କଲା ହତ୍ୟା

Published By : Prameya-News7 Bureau | October 04, 2021 IST

ଝାରସୁଗୁଡ଼ା, ୦୪/୧୦: ନିଶାଗ୍ରସ୍ତ ସ୍ୱାମୀ ଉନ୍ମତ୍ତ କାଣ୍ଡ। ସ୍ୱାମୀ ଗାଁ ଦାଣ୍ଡରେ ପଥରରେ ଛେଚି ସ୍ତ୍ରୀକୁ ହତ୍ୟା କରିଥିବା ଜଣାପଡ଼ିଛି । ଗାଁ ଲୋକେ ହତ୍ୟାକାରୀ ସ୍ୱାମୀକୁ ବାନ୍ଧି ପୋଲିସର ଜିମାଦେଇଛନ୍ତି । ଘଟଣାସ୍ଥଳରେ କୋଲାବିରା ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଥିବା ଜଣାପଡ଼ିଛି । ପୋଲିସ ମୃତକର ଶବକୁ ଜବତ କରି ଅଭିଯୁକ୍ତ ଅଟକ ରଖିଛି।

ସୂଚନା ମୁତାବକ, କୋଲାବିରା ବ୍ଲକ ଗୁଛାପାଲି ଗାଁରେ ଆଜି ଦିନ ପ୍ରାୟ ୪ଟା ସମୟରେ ଘଟିଛି ଏଭଳି ଘଟଣା । ମୃତକ ହେଲେ ସୁନିତା ଡନସେନା । ସମ୍ବଲପୁର ଜିଲ୍ଲା ସିନ୍ଦୁରପଙ୍କ ଥାନା ଅନ୍ତର୍ଗତ ଦଣ୍ଡେଇପାଲି ଗାଁର ଜୀବର୍ଦ୍ଧନ ବେହେରାଙ୍କ ଝିଅ ସୁନିତାକୁ  ଦୁଇବର୍ଷ ତଳେ ଗୁଛାପାଲି ଗାଁର ରମେଶ ଡନସେନା ବିବାହ କରିଥିଲେ । ବିବାହ ପରେ ଏକ ବାଇକ ବାପା ଘରୁ ଆଣିବାକୁ ଜିଦ ଧରି ସବୁବେଳେ ଅତ୍ୟାଚାର କରୁଥିଲା ରମେଶ। ଏଭଳି ଅଭିଯୋଗ କୋଲାବିରା ଥାନାରେ ମୃତ ସୁନିତାର ବାପା କରିବା ସହ ଏତଲା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.