Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସ୍ତ୍ରୀକୁ ୧୦ଥର ଛୁରୀ ଭୁସି ହତ୍ୟା କଲା ସ୍ବାମୀ, ୧୭ଦିନ ତଳେ ହୋଇଥିଲା ବିବାହ

8/06/2023 at 11:00 AM

ଇନ୍ଦୋର ୦୮।୦୬: ସ୍ତ୍ରୀକୁ ଛୁରୀ ଭୁସିଲା ସ୍ବାମୀ । ବିବାହର ମାତ୍ର ୧୭ ଦିନରେ ସ୍ତ୍ରୀକୁ ହତ୍ୟା କଲା ଅଭିଯୁକ୍ତ । ମଧ୍ୟପ୍ରଦେଶ ଇନ୍ଦୋର ଜିଲ୍ଲାର ଧାର  ନାକାରେ ଘଟିଛି ଏହି ଘଟଣା । ଏଠାରେ ରହୁଥିବା ବିକ୍ରମ (ବିକି) ଏବଂ ଅଞ୍ଜଳିଙ୍କୁ ୨୧ ମଇ ୨୦୨୩ କରିଥିଲେ ବିବାହ । କିନ୍ତୁ ବିବାହର ମାତ୍ର ୧୭ ଦନ ପରେ ଅର୍ଥାତ୍ ଜୁନ୍ ୭ରେ ବିକି ଅଞ୍ଜଳିଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା ।  ଏମିତିକି ଅଭିଯୁକ୍ତ ବିକିର ହାତରେ ମଧ୍ୟ ଲାଗିଛି ଆଘାତ । ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ବାସ୍ତବରେ  ଇନ୍ଦୋର ନିକଟସ୍ଥ ଧାରା ନାକା ମୋହୋରେ ରହୁଥିବା ବିକି ତାଙ୍କ ପତ୍ନୀ ଅଞ୍ଜଳିଙ୍କୁ ଛୁରୀରେ ହତ୍ୟା କରିଥିଲେ। ସେ ଅଞ୍ଜଳିଙ୍କ ଶରୀରକୁ ୧୦ ଥର ଛୁରୀ ଭୁସିଛନ୍ତି । ଯେତେବେଳେ ବିକିଙ୍କ ପରିବାର ସଦସ୍ୟ ଅଞ୍ଜଳିଙ୍କ ଚିତ୍କାର ଶୁଣି ରୁମ ଆଡକୁ ଯିବାରୁ ଦେଖିଲେ ଯେ ଅଞ୍ଜଳି ରକ୍ତ ଜୁଡୁବୁଡୁ ହୋଇ ତଳେ ପଡିଛନ୍ତି ।  ଏହାସହିତ ବିକି ମଧ୍ୟ ଆହତ ଅବସ୍ଥାରେ ଥିଲେ । ଉଭୟଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା । କିନ୍ତୁ ସେଠାରେ ଅଞ୍ଜଳିଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

You Can Read:

ଖବର ପାଇ ମେଡିକାଲରେ ପହଞ୍ଚିଥିଲା ପୋଲିସ । ଆଉ  ଯାଞ୍ଚ କରିବା ପରେ ପୋଷ୍ଟମର୍ଟମ ପାଇଁ ପଠାଇଛନ୍ତି ମୃତଦେହ । ବିକି ପିଥମପୁରର ଏକ କାରଖାନାରେ କାମ କରନ୍ତି । ୨୧ ମଇକୁ ଧୁମଧାମରେ ହୋଇଥିଲା ଉଭୟଙ୍କ ବିବାହ । କୁହାଯାଉଛି କି ବିକିଙ୍କ ବିବାହ ତାଙ୍କ ଇଚ୍ଛା ବିରୁଦ୍ଧରେ ହୋଇଥିଲା । ସେ ଅଞ୍ଜଳିଙ୍କୁ ବିବାହ କରିବାକୁ ଚାହୁଁନଥିଲେ ।

You Can Read:

   Related Posts