ନାଇଟ ସିଫ୍ଟ କରି ଫେରିଲା ବେଳକୁ ପତ୍ନୀ ସହ ଆପତ୍ତିଜନକ ପରିସ୍ଥିତିରେ ଥିଲା ପ୍ରେମିକ, ପ୍ରେମିକକୁ ହତ୍ୟା

Published By : Prameya-News7 Bureau | May 31, 2019 IST

ଇନ୍ଦୋର ୩୧/୫ : ମଧ୍ୟ ପ୍ରଦେଶ ଇନ୍ଦୋରରେ ଜଣେ ପତୀ ନିଜ ପତ୍ନୀର ପ୍ରେମିକକୁ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ପତୀ ନାଇଟ ସିଫ୍ଟ କରି ଘରକୁ ଫେରିଲା ପରେ ଦେଖିଲେ ପତ୍ନୀ ନିଜ ପ୍ରେମିକ ସହ ଅଛନ୍ତି । ଉଭୟ ଆପତ୍ତିଜନକ ପରିସ୍ଥିତିରେ ଥିଲେ । ଏସବୁ ଦେଖି ସେ ଉତକ୍ଷିପ୍ତ ହୋଇ ପ୍ରେମିକକୁ ଛୁରୀ ଭୁସି ହତ୍ୟା କରିଥିଲେ । ପତୀ ନିଜ ପତ୍ନୀକୁ ମଧ୍ୟ ଆକ୍ରମଣ କରିଥିଲେ । କିନ୍ତୁ ସେ ପାଟି କରିବାରୁ ପଡୋଶୀ ଲୋକେ ଆସି ତାଙ୍କୁ ରକ୍ଷା କରିଥିଲେ ।

{"id":117994}

ଘଟଣା ଇନ୍ଦୋର ସହରର ଶାତଲ ନଗର ଅଞ୍ଚଳର । ଶେଖର ବାଘେଲ ନିଜ ପତ୍ନୀ ଗୀତାଙ୍କ ରହୁଥିଲେ । ସେ ବାଣଗଙ୍ଗା ସ୍ଥିତ ଏକ କାରଖାନାରେ ନାଇଟ ସିଫ୍ଟରେ କାମ କରୁଥିଲେ । ଶେଖର ଗୀତାଙ୍କ ତୃତୀୟ ସ୍ୱାମୀ ଥିଲେ । ଗୀତାଙ୍କର ପୂର୍ବ ଦୁଇ ସ୍ୱାମୀଙ୍କ ଠାରୁ ୩ଟି ସନ୍ତାନ ଅଛନ୍ତି । ଗତ ୬ ମାସ ହେଲା ଗୋବିନ୍ଦ ନଗର ଅଞ୍ଚଳର ୨୭ ବର୍ଷ ବୟସ୍କ ରାକେଶ ସହ ପ୍ରେମ ସମ୍ପର୍କ ଅଛି ।

{"id":117995}

ବୁଧବାର ରାତିରେ ଶେଖର ବାଘେଲ କାମରେ ଯିବା ପରେ ଗୀତା ନିଜ ପ୍ରେମିକ ରାକେଶକୁ ନିଜ ଘରକୁ ଡାକିଥିଲେ । ଶେଖର ରାତି ପ୍ରାୟ ସାଢେ ୩ଟା ବେଳେ ଘରକୁ ଫେରିଥିଲେ । ଘରକୁ ଫେରି ସେ ଗୀତା ଓ ରାକେଶକୁ ଆପତ୍ତିଜନକ ଅବସ୍ଥାରେ ଦେଖିଥିଲେ । ଏହା ଦେଖି ଶେଖର ପ୍ରଥମେ ଗୀତା ଓ ରାକେଶକୁ ବୁଝାଇଥିଲେ । ଏତିକିବେଳେ ଗୀତା ଘର ଭିତରକୁ ଯାଇଥିଲେ । ଗୀତା ପଛେ ପଛେ ଶେଖର ମଧ୍ୟ ଘର ଭିତରକୁ ଯାଇଥିଲା ଏବଂ ଗୋଟିଏ ଛୁରୀ ନେଇ ଆସିଥଲେ । ଶେଖର ସେହି ଛୁରୀରେ ରାକେଶକୁ ଆକ୍ରମଣ କରିଥିଲେ । ସେ ୩ ଥର ଛୁରୀରେ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ରାକେଶର ମୃତ୍ୟୁ ହୋଇଥିଲା । ଶେଖର ପତ୍ନୀ ଗୀତାକୁ ମଧ୍ୟ ଆକ୍ରମଣ କରିଥିଲେ । କିନ୍ତୁ ଗୀତା ପାଟି କରିବାରୁ ତାଙ୍କ ପାଟି ଶୁଣି ପଡୋଶୀ ଉଠି ଯାଇଥିଲେ ଏବଂ ଘରକୁ ଆସିଥିଲେ ଏବଂ ଶେଖରଙ୍କୁ ଅଟକାଇଥିଲେ । ଯାହାଫଳରେ ଗୀତାଙ୍କ ଜୀବନ ବଞ୍ଚିଯାଇଥିଲା । ପଡୋଶୀ ପୋଲିସକୁ ଖବର ଦେଇଥିଲେ । ଗୀତା ଓ ରାକେଶଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ଡାକ୍ତର ରାକେଶଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ଶେଖରକୁ ଗିରଫ କରିବା ସହ ମାମଲା ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.