oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

କୋଳରେ ପତ୍ନୀର ମୃତଦେହ ରଖି ୫୦୦ କିମି ପର୍ଯ୍ୟନ୍ତ ଟ୍ରେନରେ ଯାତ୍ରା କଲେ ସ୍ଵାମୀ, ଜାଣି ପାରିଲେନି କେହି

18/09/2022 at 6:03 PM

ଶାହଜହାନପୁର: ଟ୍ରେନରେ ଯାତ୍ରା ସମୟରେ ଜଣେ ବ୍ୟକ୍ତିଙ୍କ ସହିତ ଏମିତି କିଛି ଘଟଣା ଯାହା ସମସ୍ତଙ୍କୁ ବିଚଳିତ କରିଛି। ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ଏହା ଯେ, ଶତାଧିକ କିଲୋମିଟର ଯାତ୍ରା କରିବା ପରେ ବି କେହି ମଧ୍ୟ ଜାଣି ପାରିଲେ ନାହିଁ ଯେ, ତାଙ୍କ ନିକଟରେ ବସିଥିବା ବ୍ୟକ୍ତି ଜଣକ ଜୀବିତ ନା ମୃତ। ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ଚିକିତ୍ସା ପାଇଁ ଲୁଧିଆନା ଆଣିଥିଲେ। ଫେରିବା ସମୟରେ ଟ୍ରେନରେ ହିଁ ପତ୍ନୀଙ୍କ ସ୍ଵାସ୍ଥ୍ୟ ଅଧିକ ବିଗିଡିଥିଲା।କିଛି ସମୟ ପରେ ଟ୍ରେନରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ଵାମୀ ଜଣକ ପତ୍ନୀଙ୍କ ମୁହଁରେ ଦୁପଟା ପକାଇ ଟ୍ରେନ ଭିତରେ ବସିଥିବା ଯାତ୍ରୀଙ୍କୁ ଘଟଣା ବିଷୟରେ ତିଳେ ମାତ୍ର ଜାଣିବାକୁ ଦେଇନଥିଲେ। ତାଙ୍କୁ ଭୟ ଥିଲା ଯେ, କାଳେ ତାଙ୍କୁ ଅଧା ରାସ୍ତାରେ ଟ୍ରେନରୁ ଲୋକେ ଓହ୍ଲାଇ ଦେବେ।

ଏହି ଘଟଣା ବିହାରର ଔରଙ୍ଗାବାଦ ଜିଲ୍ଲାର। ଏଠାରେ ରହୁଥିବା ନବୀନ ନିଜ ପତ୍ନୀ ଉର୍ମିଳାଙ୍କ ଚିକିତ୍ସା ପାଇଁ ଲୁଧିଆନା ଆଣିଥିଲେ। ଏହା ପରେ ସେ ଲୁଧିଆନାରୁ ବିହାର ଅଭିମୁଖେ ଟ୍ରେନରେ ବସିଥିଲେ। ତେବେ ଟ୍ରେନ ଚାଲିବାର କିଛି ସମୟ ପରେ ତାଙ୍କ ପତ୍ନୀଙ୍କ ଅବସ୍ଥା ବିଗିଡିବାରେ ଲାଗିଥିଲା। ଏହି ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। କାଳେ ତାଙ୍କୁ ଲୋକେ ଟ୍ରେନରୁ ଓହ୍ଲାଇ ଦେବେ ଏହି କାରଣରୁ ସ୍ଵାମୀ ପତ୍ନୀଙ୍କ ମୃତ୍ୟୁ ଖବର ଟ୍ରେନ ଭିତରେ ଥିବା ଲୋକଙ୍କୁ ଜାଣିବାକୁ ଦେଇନଥିଲେ। ଯୁବକ ପତ୍ନୀଙ୍କ ଶବକୁ କୋଳରେ ଧରି ୫୦୦ କିଲୋମିଟରର ଯାତ୍ରା କରି ସାରିଥିଲେ। ଏହି ସମୟରେ କିଛି ଯାତ୍ରୀଙ୍କୁ ସନ୍ଦେହ ହୋଇଥିଲା। କେହି ଜଣେ ଜିଆରପିଙ୍କୁ ଏହାର ସୂଚନା ଦେଇଥିଲେ। ଟ୍ରେନ ଶାହଜହାନପୁର ପହଞ୍ଚିବା ପରେ ଯୁବକ ଏବଂ ତାଙ୍କ ପତ୍ନୀଙ୍କ ମୃତଦେହକୁ ଓହ୍ଲାଇ ଦିଆଯାଇଥିଲା।

ନବୀନ କହିଛନ୍ତି, ତାଙ୍କ ବିବାହ ଅରବଲ ଜିଲ୍ଲାର ଉର୍ମିଳାଙ୍କ ସହିତ ହୋଇଥିଲା। ନବୀନ ଏକ ଫ୍ୟାକ୍ଟ୍ରିରେ ଚାକିରି କରୁଥିବା ବେଳେ ପତ୍ନୀ ଉର୍ମିଳା ପିଲାଙ୍କ ଟ୍ୟୁସନ କରି ନବୀନଙ୍କୁ ଘର ଚଳାଇବାରେ ସାହାଯ୍ୟ କରୁଥିଲେ। ନବୀନ କହିଛନ୍ତି, ତାଙ୍କ ପତ୍ନୀ ହାର୍ଟ ରୋଗରେ ପୀଡିତ ଥିଲେ। ଏହାର ଚିକିତ୍ସା ପାଇଁ ସେ ଲୁଧିଆନା ଆସିଥିଲେ। ଶୁକ୍ରବାର ରାତିରେ ଯେବେ ସେ ଟ୍ରେନରେ ଘରକୁ ଫେରୁଥିଲେ, ତେବେ ରାସ୍ତାରେ ହିଁ ପତ୍ନୀଙ୍କ ସ୍ଵାସ୍ଥ୍ୟବସ୍ଥା ବିଗିଡିଥିଲା ଏବଂ ସେଠାରେ ହିଁ ମୃତ୍ୟୁ ଘଟିଥିଲା। ଯାତ୍ରୀଙ୍କ ଅଭିଯୋଗ ପରେ ଟ୍ରେନ କର୍ମଚାରୀ ଶହାଜହାନପୁର ଜିଆରପିକୁ ଏହାର ସୂଚନା ଦେଇଥିଲେ। ଟ୍ରେନ ଶହାଜହାନପୁର ଷ୍ଟେସନରେ ପହଞ୍ଚିବା ପରେ ଯୁବକ ଏବଂ ତାଙ୍କ ପତ୍ନୀଙ୍କ ମୃତଦେହ ଓହ୍ଲାଇ ଦିଆଯାଇଥିଲା। ମହିଳାଙ୍କ ମୃତଦେହକୁ ପୋଲିସ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଥିଲେ।

   Related Posts