ଘରୋଇ କଳହରୁ ହତ୍ୟାକାଣ୍ଡ, ସ୍ଵାମୀର ରଡ୍ ମାଡରେ ସ୍ତ୍ରୀଙ୍କ ମୃତ୍ୟୁ

Published By : Prameya-News7 Bureau | October 01, 2021 IST

ବାସୁଦେବପୁର ୧।୧୦: ଧାମରା ସାମୁଦ୍ରିକ ଥାନା ଅନ୍ତର୍ଗତ ବଳଭଦ୍ରନଗର ଗାଁରେ ଘରୋଇ କଳହକୁ ନେଇ ସ୍ଵାମୀର ରଡ୍ ମାଡରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ଏହି ଗାଁର ଶ୍ରୀନିବାସ ଦାସଙ୍କ ପୁଅ ସୁବ୍ରତ ଗତ ୮ ମାସ ପୂର୍ବେ ତିହିଡି ବାଲିଚତୁରୀ ଗ୍ରାମର ବାବୁରାମ ଦାସଙ୍କ ଝିଅ ସସ୍ମିତାଙ୍କୁ ବିବାହ କରିଥିଲେ । ଗତ କିଛି ଦିନ ହେବ କୌଣସି କାରଣରୁ ଉଭୟ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । ଉଭୟଙ୍କ ପାଟିତୁଣ୍ଡ ପାଇଁ ଉଭୟ ପକ୍ଷରୁ ଧାମରା ମେରାଇନ ଥାନାରେ ଅଭିଯୋଗ ହେବା ପରେ ଉଭୟ ପକ୍ଷ ଥାନାରେ ଆପୋଷ ବୁଝାମଣା ପାଇଁ ଲିଖିତ ଭାବେ ଜଣାଥିଲେ।

ଗୁରୁବାର ସସ୍ମିତା ଓ ସୁବ୍ରତଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ପରେ ସସ୍ମିତା ଉକ୍ତ ଗ୍ରାମର ମାମୁଁ ଶ୍ବଶୁରଙ୍କ ଘରକୁ ଆଶ୍ରୟ ନେବାକୁ ଚାଲିଯାଇଥିଲା । ହେଲେ ଶୁକ୍ରବାର କୌଣସି କାରଣରୁ ସୁବ୍ରତ ତାଙ୍କ ମାମୁଁ ଘରକୁ ଯାଇ ସସ୍ମିତାକୁ ଏକ ରଡ୍ ସାହାଯ୍ୟରେ ମୁଣ୍ଡକୁ ଶକ୍ତ ଆଘାତ ଦେଇଥିଲା । ସ୍ଥାନୀୟ ଲୋକେ ଦେଖି ତୁରନ୍ତ ସସ୍ମିତାଙ୍କୁ ସଜ୍ଞାହୀନ ଅବସ୍ଥାରେ ବାସୁଦେବପୁର ଡାକ୍ତରଖାନା ପଠାଇଦେଇଥିବା ବେଳେ  ସୁବ୍ରତକୁ କାବୁ କରି ଧାମରା ଥାନାରେ ଜିମା ଦେଇଥିଲେ । ଅନ୍ୟପକ୍ଷରେ ବାସୁଦେବପୁର ଡାକ୍ତରଖାନାରେ ସସ୍ମିତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ବାସୁଦେବପୁର ଡାକ୍ତରଖାନାରେ ସୁବ୍ରତଙ୍କ ପରିବାର ଓ ସସ୍ମିତାଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ଲାଗିଥିବା ମଧ୍ୟ ଦେଖିବାକୁ ମିଳିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.