ପାରିବାରିକ କଳହରୁ ସ୍ତ୍ରୀକୁ ହତ୍ୟା କଲା ସ୍ଵାମୀ
28/05/2023 at 6:02 PM

ଭଞ୍ଜନଗର: ଭଞ୍ଜନଗର ଥାନା ଅନ୍ତର୍ଗତ ଆଖୁ ପଦର ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ର କରି ସ୍ଵାମୀ ନିଜର ସ୍ତ୍ରୀକୁ ହତ୍ୟା କରିଛି। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଵାମୀକୁ ଅଟକ ରଖି ତଦନ୍ତ ଚଳାଇଛି।
ଗତକାଲି ବିଳମ୍ବିତ ରାତ୍ରିରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଶ୍ରାଦ୍ଧ କରିବାକୁ ନେଇ ଯୁକ୍ତିତର୍କ ହୋଇଥିଲା। ତା ପରେ ସ୍ୱାମୀ କ୍ରୋଧିତ ହୋଇ ଏକ ଧରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଜଣାପଡିଛି। ମୃତକ ହେଲେ ଗୀତାଞ୍ଜଳି ମୂଳି (ସାଇବାଣୀ )। ସ୍ୱାମୀ ରାଜୁ ମୂଳି ଦୀର୍ଘ ୪ ବର୍ଷ ଧରି ଗୀତାଞ୍ଜଳି ସହିତ ଗଣ୍ଡଗୋଳ କରୁଥିଲେ, ଯାହା ଗତକାଲି ଉଗ୍ରରୂପ ଧାରଣ କରିଥିଲା। କୌଣସି ସୂତ୍ରରୁ ଖବର ପାଇ ଆଖୁପଦର ଗ୍ରାମରେ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ଭଞ୍ଜନଗର ମେଡିକାଲକୁ ପଠାଇ ଥିବା ବେଳେ ସ୍ୱାମୀ ରାଜୁକୁ ଅଟକ ରଖି ଅଧିକ ତଦନ୍ତ କରୁଛି। ଏତେ ବଡ଼ ହତ୍ୟା ଘଟଣା ଘଟିଥିଲେ ମଧ୍ୟ ନିଜ ପରିବାର ଲୋକ ଏହା ଜାଣିପାରିନଥିଲେ।