ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

12/12/2021 at 6:55 PM

ନିଆଳି, ୧୨/୧୨: କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅଧିନ ଶଙ୍ଖୁଆ ଗାଁରେ ଅଘଟଣ। ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ବାମୀ ନିଜେ ଆତ୍ମହତ୍ୟା ଉଦ୍ୟମ କରିଛି। ଖବର ପାଇ ଗୋବିନ୍ଦପୁର ପୋଲିସ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କୁ ଉଦ୍ଧାର କରି ଅଡଶପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ସ୍ତ୍ରୀ କଳ୍ପନା ବେହେରାଙ୍କ ମୃତ୍ୟୁ ଘଟିଛି । ସେପଟେ ସ୍ବାମୀ ବିଶ୍ବନାଥ ବେହେରାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ବିଶ୍ବନାଥ ବେହେରାଙ୍କ ଘର ଗୋବିନ୍ଦପୁର ଥାନା ଅଧିନ ତରଡପଡା ହୋଇଥିବା ବେଳେ ମୃତ କଳ୍ପନାଙ୍କ ଘର ନୂଆଗାଁ।

ଉଭୟ ଦୁଇ ପୁଅଙ୍କୁ ନେଇ ଶଙ୍ଖୁଆ ଗାଁରେ ଭଡା ଘରେ ରହୁଥିଲେ। କୌଣସି କାରଣରୁ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମନମାଳିନ୍ୟ ଯୋଗୁଁ ସ୍ବାମୀ ଏଭଳି ଚରମ ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। କଳ୍ପନା ୧୦ ବର୍ଷ ତଳୁ ନିଜ ସ୍ବାମୀଙ୍କୁ ଛାଡ଼ି ଦିଅର ବିଶ୍ବନାଥ ବେହେରାଙ୍କୁ ଦ୍ବିତୀୟ ବିବାହ କରିଥିଲେ ବୋଲି ସୂଚନା ମିଳିଛି। ତେବେ ଉଭୟଙ୍କ ଔରସରୁ ୯ ଓ ୬ ବର୍ଷର ଦୁଇଟି ପୁତ୍ର ସନ୍ତାନ ରହିଛନ୍ତି। ସ୍ତ୍ରୀକୁ ମାରିବା ଓ ନିଜେ ଆତ୍ମହତ୍ୟା କରିବା ପଛର କାରଣ ଅସଷ୍ଟ ରହିଥିବା ବେଳେ ଗୋବିନ୍ଦପୁର ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ଗୁରୁତର ବିଶ୍ବନାଥଙ୍କୁ ୧୦୮ ଆମ୍ବୁଲାନ୍ସ ମାଧ୍ୟମରେ କଟକ ବଡ ମେଡିକାଲରେ ସ୍ଥାନାନ୍ତରିତ କରାଯାଇଛି।

   Related Posts