ସ୍ତ୍ରୀ ଉପରେ ବୋଲେରୋ ଚଢ଼ାଇ ହତ୍ୟା କଲା ସ୍ୱାମୀ, ଗାଡ଼ି ଜବତ, ଅଭିଯୁକ୍ତ ଅଟକ

Published By : Prameya-News7 Bureau | July 25, 2022 IST

ବରଗଡ଼, ୨୫/୭: ବରଗଡ଼ ଟାଉନ ଥାନା ଅନ୍ତର୍ଗତ ବନ୍ଧା ଗ୍ରାମରେ ସ୍ୱାମୀ ଗାଡି ଧକ୍କାରେ ସ୍ତ୍ରୀର ମୃତ୍ୟୁ । ସ୍ଥାନୀୟ ଲୋକେ ହତ୍ୟା ସନ୍ଦେହ କରି ଟାଉନ ପୋଲିସକୁ ସୂଚନା ଦେଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୋଲେରୋ ଗାଡିକୁ ଜବତ କରିବା ସହ ସ୍ୱାମୀକୁ ଅଟକ ରଖିଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ହୀରାଜନ ଭଗତ ନାମକ ବ୍ୟକ୍ତି ନିଜ ସ୍ତ୍ରୀ ଜଗରାନୀ ତିର୍କୀଙ୍କ ଉପରେ ବୋଲେରୋ ଗାଡି ଚଢ଼ାଇ ହତ୍ୟା କରିଥିବା ସ୍ଥାନୀୟ ଲୋକେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.