ବୁର୍ଖା ପିନ୍ଧିବାକୁ ମନା କରିବାରୁ ପତ୍ନୀକୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ସ୍ୱାମୀ ଗିରଫ

Published By : Prameya-News7 Bureau | September 27, 2022 IST

ମୁମ୍ୱାଇ, ୨୭/୦୯: ମୁସ୍‌ଲିମ୍‌ ନୀତି ନିୟମ ନମାନିବାରୁ ସ୍ତ୍ରୀକୁ ଛୁରୀ ଭୁସି ହତ୍ୟା କରିଛି ସ୍ୱାମୀ । ଏପରି ଏକ ଅଭାବନୀୟ ଘଟଣା ମୁମ୍ୱାଇରେ ଘଟିଛି । ମିଳିଥିବା ସୂଚନା ମୁତାବକ ରୁପାଲି ନାମକ ଜଣେ ହିନ୍ଦୁ ଘରର ଝିଅ ୨୦୧୯ରେ ଇକ୍‌ବାଲ୍‌ ଶେଇଖ୍‌ ନାମକ ଜଣେ ମୁସଲିମ୍‌ ଯୁବକଙ୍କୁ ବିବାହ କରିଥିଲେ । ପରେ ରୁପାଲି ନାଁ ପରିବର୍ତ୍ତନ କରି ଜାରା ରଖିଥିଲେ । ୨୦୨୦ରେ ତାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ଜନ୍ମ ନେଇଥିଲା । ହେଲେ ଦୁଇ ପରିବାର ମଧ୍ୟରେ ସମ୍ପର୍କ ଭଲ ନଥିଲା ।

ଇକ୍‌ବାଲ୍‌ଙ୍କ ପରିବାର ମୁସ୍‌ଲିମ୍‌ ଧର୍ମକୁ ମାନିବା ଏବଂ ବୁର୍ଖା ପିନ୍ଧିବାକୁ ରୁପାଲିଙ୍କୁ ବାଧ୍ୟ କରୁଥିଲେ । ହେଲେ ସେ ଏହାକୁ ମାନି ନଥିଲେ । ଯେଉଁ କାରଣରୁ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା । ଯାହାକୁ ନେଇ ଦୁହେଁ ଅଲଗା ଅଲଗା ରହୁଥିବା ରୁପାଲିଙ୍କ ପରିବାର ଲୋକ କହିଛନ୍ତି । ହେଲେ ଗତକାଲି ଅର୍ଥାତ ସେପ୍ଟେମ୍ୱର ୨୬ରେ ଇକ୍‌ବାଲ୍‌ ରୁପାଲିକୁ ଦେଖା କରିବାକୁ ଡାକିଥିଲା । ଦୁହେଁ ରାତି ୧୦ଟାରେ ଭେଟ ହୋଇଥିଲେ ।

ଏହି ସମୟରେ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ପୁଅକୁ ପାଖରେ ରଖିବା ଏବଂ ବୁର୍ଖା ପିନ୍ଧିବାକୁ ନେଇ ଝଗଡ଼ା ଆରମ୍ଭ ହୋଇଯାଇଥିଲା । ଇକ୍‌ବାଲ୍‌ ରୁପାଲିଙ୍କୁ ଘୋଷାଡ଼ି ନେଇ ଏକ ଧାରୁଆ ଛୁରୀରେ ବାରମ୍ବାର ଆକ୍ରମଣ କରିଥିଲା । ଯାହାଫଳରେ ଘଟଣା ସ୍ଥଳରେ ହିଁ ରୁପାଲିଙ୍କର ମୃତ୍ୟୁ ହୋଇଯାଇଥିଲା । ତେବେ ପୋଲିସ୍‌ ୩୦୨ ଦଫାରେ ଇକ୍‌ବାଲ୍‌କୁ ଗିରଫ କରିଥିବା ଜଣାପଡ଼ିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.