ସ୍ୱାମୀ-ସ୍ତ୍ରୀ କଳିର କରୁଣ ପରିଣତି, ବାପ ଘରକୁ ଯଉଥିଲା ବେଳେ ସ୍ତ୍ରୀକୁ ହାଣିଲା ସ୍ୱାମୀ

Published By : Prameya-News7 Bureau | June 29, 2022 IST

ସୋର, ୨୯/୦୬: ସ୍ତ୍ରୀକୁ ହାଣିଲା ସ୍ୱାମୀ । ଘଟଣା ସ୍ଥଳରେ ସ୍ତ୍ରୀର ମୃତ୍ୟୁ । ସିମୁଳିଆ ଥାନା ଅନ୍ତରା ପାର୍ଥୀ ଗ୍ରାମରେ ଏପରି ଏକ ଘଟଣା ଘଟିଛି । ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ କଳହ କାରଣରୁ ଘରଛାଡି ସ୍ତ୍ରୀ ବାପଘରକୁ ଯାଉଥିଲା । ଏହି ସମୟରେ ଧାରୁଆ ଅସ୍ତ୍ରରେ ଗୋଡାଇ ଗୋଡ଼ାଇ ସ୍ୱାମୀ ମନୋରଞ୍ଜନ ଦାସ ତାଙ୍କୁ ହାଣିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ଖଇରା ବ୍ଲକ ଅନ୍ତରା ପଞ୍ଚାୟତ ଅନ୍ତର୍ଗତ ପ୍ରାର୍ଥୀ ଗ୍ରାମରେ ମନୋରଞ୍ଜନ ଦାସଙ୍କ ସହିତ ତାଙ୍କ ସ୍ତ୍ରୀ ଯଶୋଦା ଦାସ ମଧ୍ୟରେ ଝଗଡା ହେବାରୁ ସ୍ତ୍ରୀ ଯଶୋଦା ବାପା ଘରକୁ ଯିବା ପାଇଁ ବାହାରିଥିବା ବେଳେ ସ୍ୱାମୀ ମନୋରଞ୍ଜନ ଏକ ଧାରୁଆ କଟୁରିରେ ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ଯଶୋଦାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ପୋଲିସ ତଦନ୍ତ  ଆରମ୍ଭ କରିଛି । ଅଭିଯୁକ୍ତ ସ୍ୱମୀକୁ ଅଟକ ରଖିଛନ୍ତି ଗ୍ରାମବାସୀ । ସ୍ୱାମୀ ବିଷ ପିଇ ଥିବା କହୁଥିବା ବେଳେ ଗ୍ରାମବାସୀ ଅଭିନୟ କରୁଥିବା କହି ସ୍ୱାମୀକୁ ଅଟକ ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.