ଗ୍ବାଲିୟର ୨୪/୩: ଗ୍ବାଲିୟର ଜିଲ୍ଲାରେ ସ୍ତ୍ରୀ ଉପରେ ରାଗିଯାଇ ସ୍ବାମୀ ପିଶାଚ ପାଲଟି ଯାଇଛି। ସାମାନ୍ୟ ଝଗଡ଼ାରେ ରାଗିଯାଇ ସ୍ବାମୀ ,ସ୍ତ୍ରୀ ସହ ୩ନିରୀହ ଛୁଆଙ୍କୁ କେନାଲରେ ଫିଙ୍ଗି ଦେଇଛି। ଚିତ୍କାର ଶୁଣି ଆଖପାଖର ଚାଷୀମାନେ ମହିଳାଙ୍କୁ ବଞ୍ଚାଇଥିଲେ କିନ୍ତୁ ଛୁଆଙ୍କୁ ଉଦ୍ଧାର କରି ପାରିନଥିଲେ। ଘଟଣାସ୍ଥଳରେ ପହଞ୍ଚିଥିବା ଉଦ୍ଧାରକାରୀ ଦଳ କେନାଲରୁ ୨ଜଣ ପିଲାଙ୍କ ଶବ ଉଦ୍ଧାର କରିଥିଲେ କିନ୍ତୁ ଏବେ ବି ଜଣଙ୍କ ସନ୍ଧାନ ମିଳିନାହିଁ। ଲୋକେ ଅଭିଯୁକ୍ତ ସ୍ବାମୀକୁ ପୋଲିସକୁ ହସ୍ତାନ୍ତର କରିଛନ୍ତି।
{"id":243541,"sizeSlug":"large"}![](https://www.prameyanews7.com/wp-content/uploads/2020/03/Gwalior-news.jpg)
ସୂଚନା ଅନୁଯାୟୀ, ଘଟଣାଟି ଘଟିଛି ସୋମବାର ଦିନ। ଚିନୋର ଥାନାର ବନଓ୍ବାର ଗାଁରେ ରହୁଥିବା ପ୍ରମୋଦ କୁଶବାହା ଗତକାଲି ନିଜ ପତ୍ନୀ ପୁନମ୍ କୁଶବାହାଙ୍କୁ ଆଣିବାକୁ କୋସା ଗାଁରେ ସ୍ଥିତ ଶ୍ବଶୁର ଘରକୁ ଯାଇଥିଲା। ସନ୍ଧ୍ୟାରେ ପ୍ରମୋଦ ନିଜ ପତ୍ନୀ ଏବଂ ୩ଛୁଆଙ୍କ ସହ ବାଇକରେ ବନଓ୍ବାରକୁ ଫେରୁଥିଲା। ରାସ୍ତାରେ କୌଣସି କଥାକୁ ନେଇ ସ୍ବାମୀ –ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ପ୍ରମୋଦ ମେହଙ୍ଗାଓ ଏବଂ ଇଟମାଂ ମଧ୍ୟରେ ପଡ଼ୁଥିବା ହରସି କେନାଲ ପାଖରେ ପ୍ରମୋଦ ଗାଡ଼ି ଅଟକାଇ ଥିଲା। ପ୍ରମୋଦ ରାଗିଯାଇ ନିଜ ୩ଛୁଆଙ୍କୁ ସିମରନ୍(୬),ପ୍ରଶାନ୍ତ(୪) ଏବଂ ଦେଢ଼ ବର୍ଷର ଝିଅକୁ କେନାଲରେ ଫିଙ୍ଗି ଦେଇଥିଲା। ଏହା ପରେ ପତ୍ନୀ ପୁନମଙ୍କୁ ମଧ୍ୟ କେନାଲରେ ମୁହଁ ମାଡ଼ି ପାଣିରେ ବୁଡ଼ାଇ ମାରିବାକୁ ଉଦ୍ୟମ କରିଥିଲା। ଏହି ସମୟରେ ପୁନମଙ୍କ ଚିତ୍କାର ଶୁଣି ଚାଷୀମାନେ ଘଟଣାସ୍ଥଳରେ ପହଞ୍ଚି ପୁନମଙ୍କୁ ବଞ୍ଚାଇଥିଲେ।
ଚାଷୀମାନେ ୧୦୦ ଡାୟଲ କରି ସୂଚନା ଦେଇଥିଲେ। କିଛି ସମୟ
ମଧ୍ୟରେ ପୋଲିସ୍ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ।