ଖିଡିଙ୍ଗଗୁଡା ଗାଁରେ ଅଭାବନୀୟ ଘଟଣା, ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଫେରାର

Published By : Prameya-News7 Bureau | September 07, 2022 IST

ନବରଙ୍ଗପୁର,  ୦୭/୦୯: ନବରଙ୍ଗପୁର ଜିଲ୍ଲା ମଇଦଲପୁର ଥାନା ଖିଡିଙ୍ଗଗୁଡା ଗାଁରେ ସ୍ତ୍ରୀକୁ ହତ୍ୟା କରିଛି ସ୍ଵାମୀ । ମୃତକ ମହିଳା ଜଣକ ହେଲେ ନିର ବଞ୍ଜାରା । ହତ୍ୟା କରିବା ପରେ ସ୍ବାମୀ ତୀର୍ଥ ବଞ୍ଜାରା ନିଜର ଦୁଇ ଝିଅକୁ ଧରି ଫେରାର ହୋଇଯାଇଥିବା ଜଣାପଡ଼ିଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତଦେହକୁ ଉଦ୍ଧାର କରାଯାଇନାହିଁ । ଆସନ୍ତା କାଲି ସାଇଣ୍ଟିଫିକ ଟିମ ପହଂଚି ଘଟଣା ସ୍ଥଳରେ ତଦନ୍ତ କରିବା ପରେ ପ୍ରକୃତ ଘଟଣା ଜଣାପଡିବ । ମିଳିଥିବା ସୂଚନା ଅନୁସାରେ ସନ୍ଧ୍ୟା ସମୟରେ କୌଣସି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେବା ପରେ ଏଭଳି କାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ସ୍ୱାମୀ  ତୀର୍ଥ ବଂଜାରାଙ୍କ ତେନ୍ତୁଳିଖୁଣ୍ଟି ବ୍ଲକ ଗୁମିଦରା ଗାଁ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.