ସ୍ବାମୀର ଛୁରା ମାଡ଼ରେ ସ୍ତ୍ରୀ ଓ ଝିଅ ଗୁରୁତର

Published By : Prameya-News7 Bureau | August 10, 2019 IST

ରାୟଗଡ଼ା୧୦|୮: ସ୍ବାମୀର ଛୁରା ମାଡ଼ରେ ସ୍ତ୍ରୀ ଓ ଝିଅ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ସ୍ତ୍ରୀ ଓ ଝିଅଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ପରିବାର ପକ୍ଷରୁ ଏପର୍ଯ୍ୟନ୍ତ ଥାନାରେ ଏତଲା ଦିଆଯାଇ ନାହିଁ।

ସୂଚନାଯୋଗ୍ୟ ଯେ, ରାୟଗଡ଼ା ଜିଲ୍ଲାର ଲେନ ନିକଟରେ କେ ରଘୁନାଥ ନାମକ ବ୍ୟକ୍ତି ମଦ ପିଇ ସ୍ତ୍ରୀ ଓ ଝିଅକୁ ଛୁରା ମାଡ କରିଛି। ସ୍ଥାନୀୟ ଲୋକେ ରକ୍ତାତ ଅବସ୍ଥାରେ ସ୍ତ୍ରୀ ଓ ଝିଅଙ୍କୁ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଏହି ଛୁରା ମାଡ଼ରେ ସ୍ତ୍ରୀ ଏ. ଲୀଳା ଓ ଝିଅ ଏ. ଗାୟତ୍ରୀଙ୍କ ପିଠି, ଛାତି, ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଛି।

{"id":142880}

କେ ରଘୁନାଥ ମଦ ପିଇ ଘରେ ଗଣ୍ଡଗୋଳ କରୁଥିବା ସମୟରେ ଏହିଭଳି ଅଭାବନୀୟ କାଣ୍ଡ ଘଟାଇଥିଲେ। ପ୍ରତିଦିନ ସେ ମଦ ପିଇ ଘରେ ଗଣ୍ଡଗୋଳ କରୁଥିଲା। ତେବେ କେ,ରଘୁନାଥକୁ ସ୍ତ୍ରୀ ଓ ଝିଅ ବିରୋଧ କରିବାରୁ ସେ ଛୁରାମାଡ଼ କରିଥିଲା। ଏପର୍ଯ୍ୟନ୍ତ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇ ନାହିଁ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.