‘ହିରୋ’ ହେବା ପାଇଁ ମୁମ୍ବାଇ ଯାଇଥିଲେ ସ୍ବାମୀ, କିନ୍ତୁ ଫୋନରେ ପତ୍ନୀଙ୍କୁ ‘ଭିଲେନ୍’ ଭଳି ଧମକାଉଥିଲେ

Published By : Prameya-News7 Bureau | November 30, 2019 IST

ମୁମ୍ବାଇ୩୦/୧୧:  ଏକ ଅଜବ ପ୍ରକାର ଘଟଣା ସାମ୍ନାକୁ ଆସିଛି। ହିରୋ ହେବା ନିଶା ସ୍ବାମୀଙ୍କୁ ଘାରିଛି। ସେଥିଲାଗି ପିଲା ଓ ସ୍ତ୍ରୀଙ୍କୁ ଛାଡ଼ି ସ୍ବାମୀ ମୁମ୍ବାଇ ଚାଲିଗଲେ। ଏପରିକି ଏକ ବର୍ଷ ପର୍ଯ୍ୟନ୍ତ ମହିଳାଙ୍କ ସ୍ବାମୀ ଘରକୁ ଆସି ନ ଥିଲେ। ତେଣୁ ସ୍ତ୍ରୀ ପିଲାମାନଙ୍କୁ ସାଙ୍ଗରେ ଧରି ପତ୍ନୀ ନିଜ ବାପ ଘରେ ରହୁଥିଲେ। କେବେ କେବେ ମହିଳାଙ୍କ ସ୍ବାମୀ ଫୋନ କରନ୍ତି। ସ୍ବାମୀ କେବେ ଘରକୁ ଫୋନ କରନ୍ତି। ଘରକୁ କେବେ ଆସିବ? ଏହି କଥା ପଚାରିବା ମାତ୍ରେ ମହିଳାଙ୍କ ସ୍ବାମୀ ଭିଲେନ୍ ଭଳି ସ୍ତ୍ରୀଙ୍କୁ ଧମକାଇବା ଆରମ୍ଭ କରି ଦେଉଥିଲେ।

ଏ ଭଳି ଏକ ବର୍ଷ ବିତିଗଲା ପରେ ପତ୍ନୀ ଧର୍ଯ୍ୟହରା ହୋଇ ଥାନାର ଦ୍ବାରସ୍ଥ ହୋଇଛନ୍ତି। ପତ୍ନୀଙ୍କ ଅଭିଯୋଗ ତାଙ୍କ ସ୍ବାମୀ ମୁମ୍ବାଇରେ ଆଉ କେଉଁ ଯୁବତୀଙ୍କୁ ବିବାହ କରିଛନ୍ତି। ସେଥିଯୋଗୁଁ ସେ ଘରକୁ ଆସୁ ନାହାନ୍ତି। ତାଙ୍କ ପତ୍ନୀ କହିଥିଲେ ଯେ ଏକୁଟିଆ ଜଣେ ମହିଳା ପିଲାମାନଙ୍କୁ ମଣିଷ କରିବା ବହୁତ କଷ୍ଟକର। ତେଣୁ ଥାନାରେ ସ୍ବାମୀଙ୍କ ନାଁରେ ମହିଳା ଅଭିଯୋଗ କରିଛନ୍ତି।

ସ୍ବାମୀଙ୍କ ନାଁରେ ଥାନାରେ ପତ୍ନୀ ଅଭିଯୋଗ ଦେବା ପରେ ସ୍ବାମୀ ମୁମ୍ବାଇରୁ ଫେରିଥିଲେ। ସେ ମାସକୁ ୧୫ ହଜାର ଟଙ୍କା ରୋଜଗାର କରନ୍ତି। ଏହା ଭିତରେ ଘର ଚଲାଇବା ଏବଂ ନିଜ ଖର୍ଚ୍ଚ ଉଠାଇବା ବହୁତ କଷ୍ଟକର ହୋଇଥାଏ। ତେଣୁ ମାସେ କିମ୍ବା ଦୁଇ ମାସରେ ଘରକୁ ଆସିଲେ ଗାଡ଼ି ଭଡ଼ା ପାଇଁ ନିହାତି ଟଙ୍କାର ଆବଶ୍ୟକ ରହିଛି। ସ୍ବାମୀ କହିଛନ୍ତି ଯେ ହିରୋ ହେବ କଥା ସମ୍ପୂର୍ଣ୍ଣ ମିଛ। ସେ ଘରକୁ ଆସିବେ ନାହିଁ ବୋଲି  ପତ୍ନୀଙ୍କୁ ମିଛରେ ସ୍ବାମୀ କହିଥିଲେ। ସ୍ବାମୀଙ୍କ ନାଁରେ ସ୍ତ୍ରୀ ଏତଲା ଦେବା ଯୋଗୁଁ ତାଙ୍କର ମାନସମ୍ମାନ ହାନି ହୋଇଥିଲା। ତେବେ ବର୍ତ୍ତମାନ ପତ୍ନୀଙ୍କୁ ପାଖରେ ରଖିବେ ନାହିଁ ବୋଲି ସ୍ବାମୀ ଜିଦ୍‌ ଧରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.