ପତ୍ନୀହନ୍ତା ସ୍ବାମୀକୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ
24/03/2023 at 6:17 PM

ବାଲେଶ୍ଵର ୨୪।୩: ପତ୍ନୀ ହତ୍ୟା ମାମଲାରେ ସ୍ବାମୀକୁ ଆଜୀବନ କାରାଦଣ୍ଡ । ହତ୍ୟା ଘଟଣାରେ ଦୋଷୀ ବିଜୟ ଦାସକୁ ସଶ୍ରମ କାରାଦଣ୍ଡାଦେଶ ସହ ୬ ହଜାର ଟଙ୍କା ଜରିମାନା । ଅନାଦେୟ ଅଧିକ ଏକ ବର୍ଷା ଜେଲ୍ ଦଣ୍ଡ ଶୁଣାଇଛନ୍ତି କୋର୍ଟ । ଏହି ହତ୍ୟା ଘଟଣା ବସ୍ତା ଥାନା ଅନ୍ତର୍ଗତ କୋଇଲି ସାହିରେ ଘଟିଥିଲା । ୨୭/୧୨/୨୦ ରେ ବସ୍ତା ଥାନାରେ ମାମଲା ରୁଜୁ ହୋଇଥିଲା । ଶୁକ୍ରବାର ଦଣ୍ଡ ଶୁଣାଇଲେ ଓପିଆଇଡି କୋର୍ଟର ସ୍ପେଶାଲ ଜଜ୍ ବିଶ୍ୱଜିତ ଦାଶ ।