ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ପତ୍ନୀ ଏବଂ ୩ପିଲାଙ୍କ ମୃତଦେହ : ବିଷ ପିଇଦେଲେ ସ୍ବାମୀ,ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | December 11, 2020 IST

ମୁମ୍ବାଇ ୧୧/୧୨: ମହାରାଷ୍ଟ୍ରର ଥାଣେ ଜିଲ୍ଲାରେ ଗୋଟିଏ ପରିବାରର ୪ଜଣଙ୍କ ମୃତଦେହ ଗୋଟିଏ ଗଛରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ସୂଚନା ଅନୁଯାୟୀ,ଜଣେ ୩୦ବର୍ଷୀୟ ମହିଳା ଏବଂ ତାଙ୍କ ୧୨,୯ ଏବଂ ୬ବର୍ଷର ୩ପିଲାଙ୍କ ମୃତଦେହ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି।

ଘଟଣାଟି ଘଟିଛି ଥାଣେ ଜିଲ୍ଲାର ଭିଓ୍ବଣ୍ଡିର ପଚାପୁରରେ। ଅକ୍ଟୋବର ୨୧ତାରିଖରେ ମୃତ ମହିଳାଙ୍କ ସ୍ବାମୀ ଶ୍ରୀପତ ବଙ୍ଗାରୀ ନିଖୋଜ ମାମଲା ରୁଜୁ କରିଥିଲେ।

ମୃତ ମହିଳାଙ୍କ ନାଁ ରଞ୍ଜନା ବୋଲି ଜଣା ପଡ଼ିଛି। ଏହା ବ୍ୟତୀତ ତାଙ୍କ ୧୨ବର୍ଷୀୟ ପୁଅ ଦର୍ଶନ,୬ବର୍ଷୀୟ ଝିଅ ରୋହିଣୀ ଏବଂ ୯ବର୍ଷୀୟ ପୁଅ ରୋହିତଙ୍କ ମୃତଦେହ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ମୃତଦେହ ମିଳିବା ପରେ ମହିଳାଙ୍କ ସ୍ବାମୀ ବିଷ ପିଇ ଦେଇଥିଲେ । ନିଜ ପତ୍ନୀ ଏବଂ ୩ପିଲାଙ୍କ ମୃତଦେହ ଦେଖି ଭାରସାମ୍ୟ ହରାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଶ୍ରୀପତଙ୍କ ଅବସ୍ଥା ସଙ୍କଟାପନ୍ନ ଏବଂ ତାଙ୍କୁ ଭିଓ୍ବଣ୍ଡିର ଆଇଜିଏମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୪ଜଣଙ୍କ ମୃତଦେହ ରବିବାର ସନ୍ଧ୍ୟାରେ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.