ଅଜବ ମାମଲା : ମୋ ସ୍ତ୍ରୀ ଗାଧୋଉନି, ମୁଁ ତାଙ୍କ ସହିତ ରହିପାରିବିନି, ମୋର ଛାଡପତ୍ର କରାଇଦିଅନ୍ତୁ...

Published By : Prameya-News7 Bureau | September 22, 2021 IST

ଆଲିଗଡ଼ ୨୨।୦୯: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଆଉ ମତାନ୍ତର ହୋଇଥାଏ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଲାଗିରହିଥାଏ । ବିବାଦ ବଢି ଛାଡ଼ପତ୍ର ଯାଏଁ କଥା ଯାଏ । ଉଭୟ ମଧ୍ୟ କୋର୍ଟର ଦ୍ୱାରସ୍ଥ ହୋଇଥାନ୍ତି । କିନ୍ତୁ ଉତ୍ତରପ୍ରଦେଶର ଆଲିଗଡ଼ରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଯାହାକୁ ଆପଣ ଶୁଣିଲେ ବି ଆଶ୍ଚର୍ଯ୍ୟ ହୋଇଯିବେ । ନିଜ ସ୍ତ୍ରୀ ଠାରୁ ଛାଡପତ୍ର ପାଇଁ ସ୍ୱାମୀ ଗୁହାରୀ କରିଛି । ମୋ ସ୍ତ୍ରୀ ଗାଧୋଉନାହିଁ, ତା ଦେହରୁ ଗନ୍ଧ ବାହାରୁଛି । ମୁଁ ତା ସହିତ ରହିପାରିବିନି । ତେଣୁ ମୋର ଛାଡପତ୍ର କରାଇଦିଅନ୍ତୁ ବୋଲି ସ୍ୱାମୀ ଜଣଙ୍କ କହିଛନ୍ତି ।

ଖବର ଅନୁଯାୟୀ, ଉତ୍ତରପ୍ରଦେଶର ଆଲିଗଡ଼ ଚଣ୍ଡୋସ ଅଞ୍ଚଳର ଘଟଣା । ୨ ବର୍ଷ ତଳେ ଉଭୟଙ୍କ ବିବାହ ହୋଇଥିଲା ।  ବିବାହ ପରେ ଉଭୟଙ୍କ ସଂପର୍କ ଠିକ୍‌ ଠାକ୍‌ ରହିଥିଲା । ବେଶ୍‌ ହସଖୁସିରେ ଚାଲିଥିଲା ସଂସାର । କିନ୍ତୁ ସମୟ ଗଡିବା ସହ ଉଭୟଙ୍କ ମଧ୍ୟରେ ମତାନ୍ତର ହୋଇଥିଲା । ଧୀରେ ଧୀରେ ଏହା ବଡ଼ ଧରଣର ମତାନ୍ତରର ରୂପ ନେଇଥିଲା । ଉଭୟେ ଉଭୟଙ୍କ ଜୀବନ ଯାପନ ନେଇ କଥା କଟାକଟି ହୁଅନ୍ତି । ଏହିକ୍ରମରେ ୯ମାସ ତଳେ ଉଭୟଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ଏହାପରେ ବି ଉଭୟଙ୍କ ଝଗଡ଼ା ଲାଗି ରହିଥିଲା ।

ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ା ଏପରି ହେଲା ଯେ, ବିବାଦ ଯାଇ ପୋଲିସ ଓ ମହିଳା ସୁରକ୍ଷା ସେଲ୍‌ ନିକଟରେ ପହଞ୍ଚିଥିଲା । ସଂପର୍କ ନଭାଙ୍ଗିବାକୁ କାଉନସିଲର ବହୁ ଚେଷ୍ଟା କରିଥିଲା । କିନ୍ତୁ କେହି ବୁଝିବାକୁ ନାରାଜ ଥିଲେ । ଏହି ସମୟରେ ସ୍ୱାମୀ , ସ୍ତ୍ରୀରେ ଅଭିଯୋଗ ଆଣି କହିଲେ ଯେ, ମାଡାମ୍‌ ମୁଁ ମୋ ସ୍ତ୍ରୀ ସହିତ ରହିପାରିବିନି । ସେ ଆଦୌ ଗାଧୋଉନାହିଁ । ତାଙ୍କ ଦେହରୁ ପ୍ରତିଦିନ ଗନ୍ଧ ବାହାରୁଛି । ଏବେ ମୁଁ ମୋ ସ୍ତ୍ରୀ ସହିତ ରହିବା କଷ୍ଟକର । ତେଣୁ ମୋତେ ମୋ ସ୍ତ୍ରୀ ଠାରୁ ଛାଡପତ୍ର କରାଦିଅନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.