ସ୍କୁଲରେ ପଶି ଶିକ୍ଷୟିତ୍ରୀଙ୍କ ଗଳା କାଟିଦେଲା ଶିକ୍ଷକ ସ୍ବାମୀ, ଅଭିଯୁକ୍ତକୁ କାବୁ କଲା ପୋଲିସ

Published By : Prameya-News7 Bureau | September 22, 2021 IST

ବଲାଙ୍ଗୀର ୨୨।୯: ସ୍କୁଲରେ ଶିକ୍ଷୟିତ୍ରୀ ସ୍ତ୍ରୀଙ୍କ ଗଳା କାଟିଦେଲେ ଶିକ୍ଷକ ସ୍ବାମୀ । ସ୍କୁଲ ଭିତରେ ପଶି ଜଣେ ଶିକ୍ଷୟିତ୍ରୀଙ୍କ ସ୍ବାମୀ ତାଙ୍କ ଗଳା କାଟିଦେଇଛନ୍ତି । ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକ୍ ଦୁର୍ଗାପାଲି ଉଚ୍ଚ ବିଦ୍ୟାଳୟରେ ଘଟିଛି ଏଭଳି ଅଭାବନୀୟ ଘଟଣା ଘଟିଛି । ଗୁରୁତର ଅବସ୍ଥାରେ ଶିକ୍ଷୟିତ୍ରୀ ସଞ୍ଜୁରାଣୀ ଦେବଙ୍କୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ବାମୀ ପ୍ରଦୀପ ପଣ୍ଡାକୁ ପୋଲିସ କାବୁକରି ଥାନାକୁ ନେଇଥିବା ଜଣାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.