ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀର ହାତ ହାଣିଲା ସ୍ୱାମୀ
9/10/2018 at 10:10 PM

ଉଦଳା ୯/୧୦: ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀର ହାତ ହାଣିଲା ସ୍ୱାମୀ । କଟା ହାତ ଧରି ଥାନାରେ ପହଞ୍ଚିଲା ଅଭିଯୁକ୍ତ। ଘଟଣା ଘଟିଛି କପ୍ତିପଦା ଥାନା ଅନ୍ତର୍ଗତ ନେଦାମ ଗାଁରେ । ଅଭିଯୁକ୍ତ ଜଣକ ହେଲେ ଗୟା ନାଏକ । ସୁଚନାଯୋଗ୍ୟ ଅନେକ ଦିନ ଧରି ସ୍ୱାମୀ ଗୟା ନାଏକ ସ୍ତ୍ରୀ ପାନ ନାଏକଙ୍କ ଚରିତ୍ରକୁ ନେଇ ସନ୍ଦେହ କରି ଆସୁଥିଲେ । ଆଜି ନିଜେ ରାଗରେ ଭାରସାମ୍ୟ ହରାଇ ସ୍ତ୍ରୀ ବାମ ହାତକୁ ଧାରୁଆ ଅସ୍ତ୍ରରେ କାଟି ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ପୋଲିସ ଉଦ୍ଧାର କରିଛି । ସ୍ତ୍ରୀକୁ ଗୁରୁତର ଅବସ୍ଥାରେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ଗୟା ନାଏକକୁ ପୋଲିସ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ।
Related Posts
ଗେଲପୁର ଛକରେ ଦୁର୍ଘଟଣା, ହାଇଓ୍ୱା ଧକ୍କାରେ ଚାଲିଗଲା ଜୀବନ
8 February 2023
ବରମୁଣ୍ଡା ବସ୍ଷ୍ଟାଣ୍ଡରେ ବୋମାମାଡ ଘଟଣା, ଦୁଇ ଜଣଙ୍କୁ ବାନ୍ଧିଲା ପୋଲିସ
8 February 2023
ମହୁମାଛି ଆକ୍ରମଣରେ ୧୫ରୁ ଅଧିକ ଆହତ, ଜୀବନ ବଞ୍ଚାଇବାକୁ ଦୌଡିଲେ ଲୋକେ
8 February 2023
ଓଡ଼ିଶା ଆସିବେ ଅମିତ୍ ଶାହା, ବୁଥ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବେ
8 February 2023